ଜାତୀୟ ପତାକା ବ୍ୟବହାର ନିର୍ଦ୍ଦେଶନାମା

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜାତୀୟ ପତାକା ଆମ ରାଷ୍ଟ୍ର ର ସମ୍ମାନ ଓ ଗୌରବ ର ପ୍ରତୀକ ।ଏହାକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ପତାକା ବ୍ୟବହାର ଏବଂ ସମ୍ମାନ ପ୍ରଦର୍ଶନ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜାତୀୟ ସମ୍ମାନ ର ଅପମାନ ନିବାରଣ ଆଇନ ୧୯୬୧ ଏବଂ ଭାରତୀୟ ଜାତୀୟ ପତାକା ସଂହିତା ୨୦୦୨(୨୦୨୧ ଏବଂ ୨୦୨୨ରେ ସଂଶୋଧନ)ରେ ଜାତୀୟ ପତାକା ର ବ୍ୟବହାର, ଉତ୍ତୋଳନ, ପ୍ରଦର୍ଶନ କୁ ନିୟନ୍ତ୍ରଣ କରାଯାଇଛି ।

ସଂଶୋଧିତ ଆଇନ ଅନୁଯାୟୀ ଗୁରୁତ୍ତ୍ୱପୂର୍ଣ୍ଣ ଜାତୀୟ ସାଂସ୍କୃତିକ ଏବଂ କ୍ରୀଡା କାର୍ଯ୍ୟକ୍ରମ ଅବସରରେ ସାଧାରଣ ଜନତା କାଗଜ ତିଆରି ଜାତୀୟ ପତାକା ଉଡାଇ ପାରିବେ । ତେବେ ଏହି କାଗଜ ତିଆରି ଜାତୀୟ ପତାକା କାର୍ଯ୍ୟକ୍ରମ ସମ୍ପାଦନ ପରେ ଫୋପାଡ଼ି ଦିଆଯିବ ନାହିଁ କିମ୍ବା ଭୂମି ରେ ଫିଙ୍ଗାଯିବ ନାହିଁ । ପତାକା ଗୁଡିକୁ ବ୍ୟବହାରକାରୀ ପତାକା ର ମର୍ଯ୍ୟଦା ସହିତ ବ୍ୟକ୍ତି ଗତ ଭାବେ ନଷ୍ଟ କରିବେ ।

ଭାରତୀୟ ଜାତୀୟ ପତାକା ପ୍ରତି ସାର୍ବଜନୀନ ଶ୍ରଦ୍ଧା, ସମ୍ମାନ ଏବଂ ଆନୁଗତ୍ୟ ରହିଛି । ତଥାପି ଜାତୀୟ ପତାକା ପ୍ରଦର୍ଶନ ପାଇଁ ପ୍ରଯୁଜ୍ୟ ଆଇନ,ଅଭ୍ୟାସ ଏବଂ ସମ୍ମିଳନୀ ସମ୍ପର୍କରେ ସଚେତନତାର ଏକ ସ୍ପଷ୍ଟ ଅଭାବ ପ୍ରାୟତଃ ପରିଲକ୍ଷିତ ହେଉଛି । ତେଣୁ ଭାରତୀୟ ଜାତୀୟ ପତାକା ସଂହିତା ର ଯଥାର୍ଥ ଅନୁପାଳନ ନିମନ୍ତେ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରାଯାଉଛି ।

Exit mobile version