ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତିନି ଜଣ ଶିକାରୀ କୁ ଗିରଫ କରିଛି ବନ ବିଭାଗ l ଗିରଫ ତିନି ଜଣ ଶିକାରୀ ମୁଣ୍ଡୁଟି ଜଙ୍ଗଲ ରେ ଜାନୁଆରୀ ୪ ତାରିଖ ଦିନ ବାରହା ଶୀକାର କରିବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ l କିନ୍ତୁ ବିଦ୍ୟୁତ ଫାସ ରେ ବାରହା ବଦଳରେ ଏକ ହାତୀ ପଡ଼ିଥିବା ବେଳେ ଜାନୁଆରୀ ୫ ତାରିଖ ଦିନ ବିଦ୍ୟୁତ ସଂସ୍ପର୍ଶ ରେ ଆସି ହାତୀ ର ମୃତ୍ୟୁ ହୋଇଥିଲା l
