Home ଓଡ଼ିଶା ଧ୍ୟାନକୁଦ ପୀଠରେ ପଞ୍ଚଶଖା ମେଳା ଓ ବିଶ୍ଵଶାନ୍ତି ଯଜ୍ଞ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଶ୍ରୀ ମଦ ଭଗବତ ଗୀତା କହନ୍ତି ଯଜ୍ଞ ଦ୍ୱାରା ମେଘ ମାଳା ସୃଷ୍ଟି ହୋଇ ବର୍ଷା ହୋଇଥାଏ l ଯାହାଦ୍ୱାରା ପୃଥିବୀ ଶସ୍ୟ ଶ୍ୟାମଳା ହୋଇଥାଏ ଓ ବାୟୁମଣ୍ଡଳ ଶୁଦ୍ଧ ହୋଇଥାଏ l ସୃଷ୍ଟିର ସମସ୍ତ ଜୀବଜନ୍ତୁ ଖାଦ୍ୟ ଖାଇ ଜୀବନ ନିର୍ବାହ କରିଥାନ୍ତି l ଏଣୁ ଯଜ୍ଞ କରିବାର ଆବଶ୍ୟକତା ରହିଛି ବୋଲି ହାଜିପୁର ସ୍ଥିତ ମହାପୁରୁଷ ପଞ୍ଚସଖା ଙ୍କ ଧ୍ୟାନପୀଠ ଧ୍ୟାନକୁଦ ଠାରେ ହେଉଥିବା 38 ତମ ବାର୍ଷିକ ପଞ୍ଚସଖା ମେଳା ଓ ବିଶ୍ଵଶାନ୍ତି ମହାଜଜ୍ଞ ଅବସରରେ ପିଠାଧୀସ ବାବା ଅରକ୍ଷିତ ଦାସ ମହାରାଜ ମତବ୍ୟକ୍ତ କରିଛନ୍ତି l ସେ ଆହୁରି କହିଛନ୍ତି ଜେ ଗ୍ରାମାଞ୍ଚଳର ଯେଉଁଠି ନା ଯେଉଁଠି ଯଜ୍ଞ ହେଉନା କାହିଁକି ସେଠୀ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠାର କାମନା କରାଯାଇଥାଏ l ପଞ୍ଚସଖା ଧ୍ୟାନକୁଦ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ 7 ଦିନ ବ୍ୟାପି ବିଶ୍ଵଶାନ୍ତି ମହାଜଜ୍ଞ ରେ ବାବା ଶ୍ରୀ ଦାସ ଉପରୋକ୍ତ ମତ୍ତ ଦେଇଛନ୍ତି l ଏହି ପରିପପ୍ରେକ୍ଷୀରେ ପୀଠରେ ଅଷ୍ଟମ ପ୍ରହର ନାମ ଯଜ୍ଞ, ଶୁକ୍ରବାର ଅଙ୍କୁରା ରୋପଣ, ଶନିବାର ଜଳ ଯାତ୍ରା, ଘଟ ସ୍ଥାପନ, ମଣ୍ଡଳ ପୂଜା, ବ୍ରାହ୍ମଣ ବରଣ, ରବିବାର ଅଗ୍ନି ସ୍ଥାପନ, ଅଗ୍ନି ସଂସ୍କାର, ପିଠେ ଦେବତା ଓ ପଞ୍ଚ ଦେବତା ଆହୁତି, ସୋମବାର ସୂର୍ଯ୍ୟ ପୂଜା, ଗୋ ପୂଜା, ରୁଦ୍ର ଅଷ୍ଟ ଧ୍ୟାଇ ଆହୁତି, ମଙ୍ଗଳବାର ଶ୍ରୀମଦ ଭଗବତ ଗୀତା ଆହୁତି, ବୁଧବାର ଶ୍ରୀ ଦୂର୍ଗା ସପ୍ତ ସତୀ ଚଣ୍ଡୀ ଆହୁତି, ଗୁରୁବାର ଫଗୁ ଦଶମୀ, ସୂର୍ଯ୍ୟ ପୂଜା, ବିଷ୍ଣୁ ସହସ୍ର ନାମ ଆହୁତି, ସର୍ବ ଦେବାଦେବୀ ଆହୁତି ଓ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା l କର୍ତ୍ତା ଭାବେ ସଚ୍ଚିଦାନନ୍ଦ ମିଶ୍ର ଓ କର୍ତ୍ତୀ ଭାବେ ତୃପ୍ତି ମୟୀ ଦାଶ କାର୍ଯ୍ୟ ସମ୍ପାଦନ କରିଥିଲେ l ପ୍ରତେହ ରାତ୍ରରେ ଭଜନ, ନୃତ୍ୟ, ପ୍ରବଚନ ଓ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା l ଗୋପାଳ ଭାଇ ମାନଙ୍କ ଦ୍ୱାରା ଲଉଡ଼ି ପରିବେଷଣ କରାଯାଇଥିଲା l ଏଥିସହ ମୁକ୍ତ ରଙ୍ଗମଞ୍ଚ ନାଟକ ପରିବେଷଣ କରାଯାଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026 ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana August 11, 2026 ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026