Home ଓଡ଼ିଶା ପାଇପ୍ ଲାଇନ୍ ନିରାପତ୍ତା ଓ ସୁରକ୍ଷା ସମ୍ପର୍କିତ ଗ୍ରାମ୍ୟ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍)(ନି.ପ୍ର) :- ହିଞ୍ଜିଳିକାଟୁ ବ୍ଳକ ବଡ଼ଖଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ ରଙ୍ଗୁଣିପଲ୍ଲୀ ଗ୍ରାମ ଠାରେ ମଙ୍ଗଳବାର ଇଣ୍ଡିଆନ ଅଏଲ କର୍ପୋରେସନ ଲିଃ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହଯୋଗରେ ପାଇପ୍ ଲାଇନ୍ ନିରାପତ୍ତା ଓ ସୁରକ୍ଷା ସମ୍ପର୍କିତ ଏକ ଗ୍ରାମ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦକ୍ଷିଣ – ପୂର୍ବ କ୍ଷେତ୍ରୀୟ ପାଇପ୍ ଲାଇନ୍, ବ୍ରହ୍ମପୁରର ମୁଖ୍ୟ ଅପରେସନ ମ୍ୟାନେଜର ଭି. ସୁଧାକରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଡେପୁଟି କଲେକ୍ଟର ସୁନିଲ ସାଇ ଦେବାଶିଷ, ଫ୍ୟାକ୍ଟ୍ରି ଓ ବଇଲରର ଅତିରିକ୍ତ ନିର୍ଦ୍ଦେଶକ ରଞ୍ଜିତ ନାୟକ, ଡିପିଓ ଦେବେନ୍ଦ୍ର ନାୟକ, ସରପଞ୍ଚ ଝୂନୁ ନାଇକ, ସମିତି ସଭ୍ୟା କେ.ନର୍ମଦା, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ପି. କୁର୍ମେୟା, ଓଡ୍ରାଫ ଟିମ ଗଞ୍ଜାମ ହାବିଲଦାର ପ୍ରଭାକର ବେହେରା ଓ ହିଞ୍ଜିଳିକାଟୁ ଅଗ୍ନିଶମ ସେବା କର୍ମଚାରୀ ଜିତେନ୍ଦ୍ର କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ୧୨୧୯ କି.ମି ଲମ୍ବା ପାରାଦୀପ – ହାଇଦ୍ରାବାଦ ପାଇପ୍ ଲାଇନ୍ ଯାହାର ସ୍ଥାପିତ କ୍ଷମତା ୪.୫ ଏମଏମପିଟିଏ ଗତ ୨୦୨୨ ରୁ ୨୦୦୨୪ ମଧ୍ୟରେ ପର୍ଯ୍ୟାୟ କ୍ରମେ ସମ୍ପାଦିତ ହୋଇ ପାରାଦୀପ ତୈଳ ବିଶୋଧନାଗାରରୁ ପେଟ୍ରୋଲିୟମ୍ ଉତ୍ପାଦନକୁ ବିଶାଖା ପଟନମ୍, ଅଚ୍ୟୁତପୁରମ, ବିଜୟୱାଡା ଓ ହାଇଦ୍ରାବାଦ ପର୍ଯ୍ୟନ୍ତ ପହଞ୍ଚାଇ ଆଞ୍ଚଳୀୟ ଉର୍ଜା ସୁରକ୍ଷାକୁ ସୁଦୃଢ କରୁଛି। ଏହାର ସୁରକ୍ଷା ଓ ଆପାତକାଳୀନ ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ତହସିଲର ରଙ୍ଗୁଣିପଲ୍ଲୀ ଗ୍ରାମ ନିକଟରେ ପାରାଦ୍ଵୀପ ହାଇଦ୍ରାବାଦ ପାଇପ୍ ଲାଇନ୍ ଚେନେଜ ୨୮୭ କି.ମିରେ ଏକ ଲେଭେଲ -୩ ମକ ଡ୍ରିଲ ସଫଳତାର ସହ ଆୟୋଜିତ ହୋଇଥିଲା । ଏହି ଅବସରରେ ଅତିଥିମାନଙ୍କ ସମ୍ମୁଖରେ ପାଇପ୍ ଲାଇନରେ ଲିକ ହୋଇ ଅଗ୍ନିକାଣ୍ଡ ସୃଷ୍ଟି ହେବାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ବେଳେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । ଏହି ଅଭ୍ୟାସରେ ଆପଦ କାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ଯୋଗାଯୋଗ ସତର୍କତା ଓ ଅନ୍ତର – ଏଜେନ୍ସି ସମନ୍ଵୟକୁ ଅଗ୍ନିଶମ ସେବା, ଓଡ୍ରାଫଟିମ, ଜିଲ୍ଲା ପ୍ରଶାସନ, ଚିକିତ୍ସା ଦଳ ଏବଂ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇ ଦୃତ ଓ କାର୍ଯ୍ୟକ୍ଷମ ପ୍ରତିସାଦ ପ୍ରଦର୍ଶନ କରି ସୁରକ୍ଷା ପ୍ରତିବଦ୍ଧତାରେ ସନ୍ତୋଷ ପ୍ରକାଶ କରିଥିଲେ । ସଚେତନତା ବେଳେ ପାଇପ୍ ଲାଇନ୍ ଜମିରେ କୌଣସି ପ୍ରକାର କାର୍ଯ୍ୟ କିମ୍ବା ଘର, କୂଅ, ନଳ କୂଅ, ଗଛ ଆଦି ଲଗାଇବା ପାଇଁ ମନା କରାଯାଇଥିଲା । ଯଦି ଗ୍ରାମର କୌଣସି ବ୍ୟକ୍ତି ଏହି ଜମି ଓଦା ଓ ପେଟ୍ରୋଲ/ଡିଜେଲର ଗନ୍ଧ ନିଆଁ ଲାଗିବାର ଜାଣିପାରନ୍ତି କିମ୍ବା କୌଣସି ସନ୍ଦିଗ୍ଧ ବ୍ୟକ୍ତି ବିଡି, ସିଗାରେଟ, ତେଲ ଚୋରୀ ପାଇଁ ଅପଚେଷ୍ଟା କରନ୍ତି ତେବେ ସ୍ଥାନୀୟ ପୁଲିସ୍ ଥାନା, ଅଗ୍ନିଶମ ସେବା, ଆଇଓସିଏଲ ନିୟନ୍ତ୍ରଣ କକ୍ଷର ଟୋଲ ଫ୍ରି ନମ୍ବରକୁ ସଙ୍ଗେ ସଙ୍ଗେ ଜଣାଇବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅପରେସନ ମ୍ୟାନେଜର ଅଭିଳାଷ ମିଶ୍ର, ଅପରେସନ ମ୍ୟାନେଜର ସୌମ୍ୟ ରଞ୍ଜନ ଦାଶ, ଟେକ୍ନିସିଆନ ଦୀପକ କୁମାର ଓ ଏଲପିଏମ କଳା କାହ୍ନୁ ପାଢ଼ୀଙ୍କ ସମେତ ସମସ୍ତ ଏଲପିଏମ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଗଞ୍ଜାମ, ମନୋରଞ୍ଜନ, ହୋମ୍ Related Content ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026 ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana August 11, 2026 ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026