Home ଓଡ଼ିଶା ‘ଅକ୍ଷର ଓଡିଶା’ ବାସ୍ତବ ତଥ୍ୟ ଆଧାରିତ ସତ୍ୟ ସମ୍ବାଦ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବିଜେପି ଶାସନ କ୍ଷମତାକୁ ଆସିବାପରେ ଓଡିଆ ଭାଷାର ବିକାଶ ପାଇଁ କାର୍ୟ୍ୟ କରୁଛି । ଓଡିଆ ଅସ୍ମିତା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ସତ୍ୟ ପ୍ରକାଶ କରିବାରେ ଚତୁର୍ଥ ସ୍ତମ୍ଭର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏ କ୍ଷେତ୍ରରେ ଅକ୍ଷର ଓଡିଶା ଖୁବ୍ ଭଲ କାର୍ୟ୍ୟ କରୁଛି । ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଧାନସଭା ଅଧିବେଶନ ଚାଲିଥିବାବେଳେ ଦୀର୍ଘ ୪ ଦିନ ହେଲା ବିରୋଧୀ ଦଳମାନେ କାର୍ୟ୍ୟଧାରାରେ ବାଧା ସୃଷ୍ଟି କରୁଛି । ସେମାନେ କହୁଛି, ଚାଷୀଙ୍କ ଧାନକିଣା ହୋଇପାରୁନାହିଁ, କଟ୍ନି ଛଟ୍ନି ହେଉଛି, ଚାଷୀମାନେ ପ୍ରାପ୍ୟ ପାଇବାରେ ବିଳମ୍ବ ହେଉଛି । ଏହାକୁ ପ୍ରସଙ୍ଗ କରି ବିରୋଧୀ ସଦସ୍ୟମାନେ ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛି । ସେମାନଙ୍କର ଏ ସବୁ ନାରାବାଜି ସମ୍ପୂର୍ଣ୍ଣ ମିଥ୍ୟା । ଚାଷୀମାନେ ଧାନ ବିକି କରିବାର ୪୮ଘା ମଧ୍ୟରେ ପ୍ରାପ୍ୟ ପାଉଛି । ଜନସାଧାରଣ ସରକାରଙ୍କ ସହ ଅଛି । ଏହା ନ ହୋଇଥିଲେ ନୂଆପଡା ଉପନିର୍ବ।ଚନରେ ବିଜେପି ପ୍ରାର୍ଥୀ ୮୪ ହଜାର ଭୋଟ ବ୍ୟବଧାନରେ ଜିତିପାରି ନ ଥାେ ବିରୋଧୀ ଦଳଗୁଡିକର ସରକାର ବିରୋଧୀ ଆଭିମୁଖ୍ୟକୁ ଗ୍ରହଣ ନ କରି ସମ୍ବାଦପତ୍ର ବାସ୍ତବ ତଥ୍ୟ ଆଧାରିତ ଖବର ପରିବେଷଣ କରୁ । ଏ କ୍ଷେତ୍ରରେ ମାତ୍ର ଅଳ୍ପ କେତେଦିନର ଖବରକାଗଜ ‘ଅକ୍ଷର ଓଡିଶା’ ବାସ୍ତବ ତଥ୍ୟ ଆଧାରିତ ସତ୍ୟ ସମ୍ବାଦ ପରିବେଷଣ କରୁଛି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛି। ସତ୍ୟ ପ୍ରକାଶ କରିବାରେ ଚତୁର୍ଥ ସ୍ତମ୍ଭର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏ କ୍ଷେତ୍ରରେ ଅକ୍ଷର ଓଡିଶା ଖୁବ୍ ଭଲ କାର୍ୟ୍ୟ କରୁଛି । ତାହା ପ୍ରଶଂସାଯୋଗ୍ୟ । ଅକ୍ଷର ଓଡିଶା ପାଇଁ ଶ୍ରମ ଓ ସମୟ ଦେଉଥିବା କାର୍ୟ୍ୟକଊର୍ାା । ମଧ୍ୟ ସେ ପ୍ରଶଂସା କରିଥିଲେ । ସ୍ଥାନୀୟ ଏଚ୍ଏଚ୍ଆଇ ହୋଟେଲରେ ‘ଅକ୍ଷର ଓଡିଶା’ ଆନୁକୂଲ୍ୟରେ ଆୟୋଜିତ ଅକ୍ଷର ସାହିତ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାତ୍ର କହିଲେ, ରାଜ୍ୟସଭାର ଅବସରପ୍ରାପ୍ତ ଯୁଗ୍ମ ସଚିବ ଚୌଧୁରୀ ରମାକା ଦାସଙ୍କ ଉଦ୍ୟମରେ ଉକ୍ତ ସମ୍ବାଦପତ୍ର ଖୁବ୍ କମ୍ ଦିନ ମଧ୍ୟରେ ଦୌଡିବା ଆରମ୍ଭ କରିଛି । ଅବସର ପରେ ସେ ସମାଜ ସେବା କାର୍ୟ୍ୟରେ ଲାଗି ପଡିଛି । ତାଙ୍କ ଉଦ୍ୟମ ଖୁବ୍ ପ୍ରଶଂସନୀୟ। ଆଜି ଅର୍ଜ।ତୀୟ ମାତୃଭାଷା ଦିବସ ପାଳନ ହେଉଥିବା ପରିପ୍ରେକ୍ଷୀରେ ଏଭଳି ଏକ ସାହିତ୍ୟ ଉତ୍ସବ ଆୟୋଜନ ଖୁବ୍ ପ୍ରାସଙ୍ଗିକତା ରଖେ । ମାତୃଭୂମି ଓ ମାତୃଭାଷା ପ୍ରତି ଯାହାର ଭଲପାଇବା ନାହିଁ, ଯାହା ମନରେ ମମତା ନାହିଁ ତାଙ୍କୁ ଜ୍ଞାନୀ ଭାବରେ ଗଣ୍ୟ କରାଯାଇପାରିବ ନାହିଁ । ଯେଉ ଦଳ ଓଡିଶାରେ ୨୪ବର୍ଷ ଧରି ଶାସନ କଲା ସେ ଦଳର ମୁଖ୍ୟ ଓଡିଆ କହିପାରିଲେ ନାହିଁ କି ଓଡିଶାବାସୀଙ୍କୁ ବୁଝିପାରିଲେ ନାହିଁ । ବିଜେପି ଶାସନ କ୍ଷମତାକୁ ଆସିବାପରେ ଓଡିଆ ଭାଷାର ବିକାଶ ପାଇଁ କାର୍ୟ୍ୟ କରୁଛି । ଓଡିଆ ଅସ୍ମିତା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ପଡୋଶୀ ରାଜ୍ୟରେ ରହିଥିବା ଓଡିଆମାନେ ଓଡିଆ ଭାଷା ପିବାରୁ ବ୍ ହେଉଥିବା ବେଳେ ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କୁ ପୁସ୍ତକ ଯୋଗାଣ ସହ ଓଡିଆ ଶିକ୍ଷକ ନିଯୁକ୍ତି ଦିଆଯାଉଛି। ଓଡିଆ ଭାଷା ସଂସ୍କୃତିକୁ ବା ରଖିବା ଆମର ଦାୟିତ୍ବ ଓ ପରମ କଊର୍୍ । କମ୍ ଦିନ ମଧ୍ୟରେ ଅକ୍ଷର ଓଡିଶା ଖୁବ୍ ଆଗେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଥିଲେ।ବରେଣ୍ୟ ଅତିଥି ଶ୍ରୀ ପାତ୍ର ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉତ୍ସବ ଉଦ୍ଘାଟନ କରିଥିଲେ। ଙ୍କାନାଳ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସର ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଅକ୍ଷର ସାହିତ୍ୟ ଉତ୍ସବର ଆବାହକ ତଥା ବ୍ୟଙ୍ଗକବି ଅଧ୍ୟାପକ ଡ. ଗିରୀଶ ରନ ମାୀ ଅତିଥିମାନଙ୍କୁ ଉଊୀ ପ୍ରଦାନ କରି ସ୍ୱାଗତ କରିଥିବାବେଳେ ଉତ୍ସବର ନିର୍ଦ୍ଦଶେକ ଚୌଧୁରୀ ରମାକା ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଷର ସାହିତ୍ୟ ଉତ୍ସବର ସ୍ୱତନ୍ତ୍ର ସଂକଳନର ଆନୁଷ୍ଠାନିକ ଅନାବରଣ କରିଥିଲେ। ଅନ୍ୟତମ ଅତିଥି ଭାବେ ମହିଳା କମିଶନ୍ର ସଦସ୍ୟା ତଥା କବୟିତ୍ରୀ ଡ. କଳ୍ପନା ମଲ୍ଲିକ୍ କହିଲେ, ଆଜିର ସାହିତ୍ୟ ଉତ୍ସବ ଅର୍ଜ।ତୀୟ ମାତୃଭାଷା ଦିବସରେ ଆୟୋଜନ କରାଯାଇଥିବାରୁ ବେଶ୍ ପ୍ରାସଙ୍ଗିକତା ରଖେ। ସେ କହିଲେ ପ୍ରାୟୋଜିତ କବିତା କେବେହେଲେ କବିତା ହୋଇପାରେନା। ବରାଦି କବିତା ମନଛୁଆଁ ହୋଇପାରେନା। ଜଣେ ସମସ୍ୟା, ଯନ୍ତ୍ରଣାରେ ନ ପଡିଲେ କବିତା ଲେଖିପାରେ ନାହିଁ। କବିର ବୟସ ବେ ନାହିଁ। ୭୦ ବର୍ଷ ବୟସରେ ମଧ୍ୟ ଜଣେ କବି ପ୍ରେମ କବିତା ଲେଖିପାରେ। କବି ଦେହରେ ବୟସ୍କ ହେଲେ ମଧ୍ୟ ମନରେ ତରୁଣ। ତା’ ଭିତରେ ଏକ ଛୋଟ ପିଲାର ମନ ଥାଏ। ପରେ ତାଙ୍କ ଦ୍ବାରା ଲିଖିତ ଇଂରାଜୀ କବିତା ସଂକଳନ ‘ଥାର୍ଡ ଆଇ’ର ଏକ କବିତା ସେ ଆବୃଊି କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ସୁସାହିତିୟକ ଡ. କମଳାକା ତ୍ରିପାଠୀ କହିଲେ, ଅକ୍ଷର ସାହିତ୍ୟ ଉତ୍ସବର ଆୟୋଜନ ଅଭିନ୍ନ। କାରଣ ଅକ୍ଷରରୁ ଶବ୍ଦର ସୃଷ୍ଟି। ଶବ୍ଦରୁ ସୃଷ୍ଟିଚି। ଚି।ରୁ ଚେତନା ଏବଂ ଚେତନାରୁ ପରିବଊର୍ ପ୍ରବାହ। ଆମ ପାଇଁ ଓଡିଆ ଭାଷା ହିଁ ଆମର ପରିଚୟ। ଆଧୁନିକ ଓଡିଆ ସାହିତ୍ୟର ପିତାମହ ଥିଲେ ବ୍ୟାସକବି ଫକୀର ମୋହନ ସେନାପତି। ପ୍ରକୃତି କବି ଗଙ୍ଗାଧର ମେହେରଙ୍କ କବିତାରେ ମଧ୍ୟ ଓଡିଆ ଭାଷାପ୍ରୀତିର ସୂଚନା ମିଳେ। ତାଙ୍କ କବିତାରେ ଓଡିଆ ଭାଷାକୁ ଗଭୀର ଭାବରେ ଭଲ ପାଇବା ସ୍ପଷ୍ଟ ବାରିହୋଇ ପଡେ। ସେହିଭଳି ନୋବେଲ ବିଜେତା ବିଶ୍ବକବି ରବୀନ୍ଦ୍ର ନାଥ ଠାକୁରଙ୍କର ବିଶ୍ବ ସାହିତ୍ୟ ପ୍ରତି ଅବଦାନ କିଛି କମ୍ ନୁହେଁ ତେବେ ଅକ୍ଷର ଓଡିଶା ରାଜ୍ୟର ବିଭିନ୍ନ ପ୍ରାରରେ ଏଭଳି ସାହିତ୍ୟ ଉତ୍ସବର ଆୟୋଜନ କଲେ ଅନେକ ସାହିତିୟକ ସୃଷ୍ଟି ହୋଇ ଓଡିଆ ଭାଷାର ବିକାଶ ହୋଇପାରିବ । ଏହି ସମ୍ବାଦପତ୍ର ସୃଜନଶୀଳତାରେ ଏକ ନୂତନ ଅଧ୍ୟାୟ ସୃଷ୍ଟିକରୁ ବୋଲି ଡ. ତ୍ରିପାଠୀ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ତଥା ମୁଖ୍ୟବକ୍ତା ସାହିତିୟକ ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ର କହିଲେ, ମାତୃଭାଷା ବଙ୍ଗଳାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଂଲାଦେଶ ସୃଷ୍ଟି ହୋଇଛି । ଧର୍ମ ଆଧାରରେ ପାକିସ୍ତାନ ସୃଷ୍ଟି ହୋଇଛି । ବଙ୍ଗଳା ଭାଷାର ଉଯା ପାଇଁ ୫ଜଣ ବଙ୍ଗଳାଭାଷୀ ଜୀବନ ବଳି ଦେଇଥିଲେ । ପରେ ୧୯୭୧ରେ ଭାରତ ସହାୟତାରେ ଏବଂ ବଙ୍ଗବନ୍ଧୁ ଶେଖ୍ ମୁଜିବୁର୍ ରହମନ୍ଙ୍କ ନେତୃତ୍ବରେ ଯେଉ ଆନ୍ଦୋଳନ ସୃଷ୍ଟି ହୋଇଥିଲା ତାହାର ଫଳଶ୍ରୁତି ହେଉଛି ବାଂଲାଦେଶ । ଢାକାରେ ସେହି ୫ଜଣ ସହିଦଙ୍କ ମିନାର ରହିଛି । ଯେଉଠାରେ ପ୍ରତିବର୍ଷ ବାଂଲାଦେଶ ସରକାର ଶ୍ରଦ୍ଧାଳି ଅର୍ପଣ କରି । ବାଂଲାଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଏବେ ବି ସେମାନଙ୍କ ପୀଡା ପ୍ରକାଶ କରି। ବାଂଲାଦେଶର ୯୮ ଲୋକ ବଙ୍ଗଳା ଭାଷା କହି । ଭାରତବର୍ଷରେ ବହୁ ଭାଷା ଥିଲେ ସୁଦ୍ଧା ବହୁଭାଷୀତା ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି । ୧୯୯୬ରେ ଓଡିଶାରେ ବହୁଭାଷୀ ଶିକ୍ଷା ଆରମ୍ଭ ହୋଇଥିଲା । ପିଲାମାନେ ପ୍ରଥମରୁ ପ ଶ୍ରେଣୀ ପର୍ୟ୍ୟ ନିଜ ମାତୃଭାଷାରେ ପିବାର ସୁଯୋଗ ପାଇଲେ । ଏହାଦ୍ବାରା ଆଦିବାସୀ ପିଲାମାନେ ମଧ୍ୟ ନିଜ ମାତୃଭାଷାରେ ପିବାର ସୁଯୋଗ ପାଇପାରିଲେ । ମାତୃଭାଷାରେ ଶିକ୍ଷା ନ ପାଇଲେ ପିଲାଙ୍କ ବୌଦ୍ଧିକ ବିକାଶ ଘଟିପାରିବ ନାହିଁ। ଆଉ ୧୦ବର୍ଷ ପରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ୧୦୦ବର୍ଷ ପୂଊିର୍ ପାଳନ କରାଯିବ । ୨୦୨୦ରୁ ଓଡିଶାରେ ଯେଉ ଭାଷାଭିଊି ଶିକ୍ଷାନୀତି ହୋଇଛି ତଦନୁସାରେ ରାଜ୍ୟର ବିଭିନ୍ନ ଅ ପିଲାମାନେ ନିଜ ମାତୃଭାଷାରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବେ । ଏହି ପରିପ୍ରେକ୍ଷୀରେ ଅକ୍ଷର ଅନୁଷ୍ଠାନ ଓଡିଶାର ବିଭିନ୍ନ ଭାଗରେ ସାହିତ୍ୟ ଉତ୍ସବ ପାଳନ କରୁ ବୋଲି ସେ ମତ ଦେଇଥିଲେ ।ଏହାପରେ ୭ଜଣ କବି ଓ ଲେଖକଙ୍କ ସ୍ୱଲିଖିତ ପୁସ୍ତକ ଉନ୍ମୋଚନ ହୋଇଥିଲା । ଅକ୍ଷର ସାହିତ୍ୟ ଉତ୍ସବ ସ୍ୱତନ୍ତ୍ର ସଂଖ୍ୟାର କବି ଓ ଲେଖକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ଉତ୍ସବର ଆବାହକ କବି ଡ. ଗିରୀଶ ରଂଜନ ସାହୁ।ଉତ୍ସବର ଦ୍ବିତୀୟ ଅଧିବେଶନ ସାହିତିୟକ ହାଡିବନ୍ଧୁ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ‘ମାତୃଭାଷା-ସାହିତ୍ୟ ଶିକ୍ଷା ଓ ପରିଚୟର ଭିଊିୂି’ ଶୀର୍ଷକ ସାହିତ୍ୟ ଆଲୋଚନାରେ ଭାଗ ନେଇଥିଲେ କବି ତଥା ଲେଖକ ବିରଜା ରାଉତରାୟ,ଡକ୍ଟର ପୀୟୁଷ ରଂଜନ ସାହୁ, କବି ମନୋରଂଜନ ସାହୁ ଏବଂ ପତ୍ରିକା ସଂପାଦକ ଶତ୍ରୁଜିତ୍ । ପରେପରେ ଆଲୋଚକଙ୍କ ମଧ୍ୟରେ ପ୍ରଶ୍ନୋଊ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଲୋଚକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତୃତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସଭାମ ସା କରିଥିଲେ ଅଧ୍ୟାପକ ମୃତୁୟୟ ରଥ । ତାଙ୍କର ଶବ୍ଦର ଚାତୁରୀ ଏବଂ ମଧୁର ସମ୍ଭାଷଣ ଉପସ୍ଥିତ ବକ୍ତା ଏବଂ ଶ୍ରୋତାଙ୍କୁ ମୁଗ୍ଧ କରିଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026