Home ଓଡ଼ିଶା ବରକୋଳି ଚାଷକରି ଲକ୍ଷପତି ଚାଷୀ – ଦୂରହେବ ଦାଦନ ସମସ୍ୟା by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତର ହଟକଟ ଗାଁରେ ବରକୋଳି (ବୁରୋ ) ଚାଷକରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଚାଷୀ । ଗାଁର ଲୋକନାଥ ଭୋଇ ନିଜ ଏକ ଏକର ଜମିରେ ରେଟ୍ କାଶ୍ମୀର ବରକୋଳି ଚାଷ କରିଥିଲେ, ଯେଉଁଠି ରେ ୪ ଲକ୍ଷ ଟଙ୍କା ରୋଜଗ ରାଜଗାର କରିଥିବା କହିଛନ୍ତି । ସେ ସହପରି ଗାଁର ଅକ୍ଷୟ ଭୋଇ ମଧ୍ୟ ନିଜ ଅଧା ଏକର ଜମିରେ ବରକୋଳି ଚାଷ କରିଛନ୍ତି l ସେ ମଧ୍ୟ ୧.୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ବରକୋଳିର ବେଶ ବେଶ ଚାହିଦା ରହିଥିବା ବେଳେ କେଜି ପ୍ରତି ୮୦ ଟଙ୍କା ରେ ବିକ୍ରୟ କରୁଥିବା ଚାଷୀ କହିଛନ୍ତି । ତେବେ ଆବଶ୍ୟକ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ମାନେ ସ୍ଥାନୀୟ ପାଟଣାଗଡ଼ ବେଲପଡ଼ା, କଣ୍ଟାବାଞ୍ଜି, ମଣ୍ଡଳ ଧୂମାଭଟା ଆଦି ବଜାରକୁ ନେଇ ନିଜେ ବିକ୍ରୟ କରିଥିବା କହିଛନ୍ତି । ଅନ୍ୟପଟେ କମ୍ ପରିଶ୍ରମକୁ ଅଧିକ ଲାଭ ପାଉଥିବାରୁ ଚାଷୀମାନେ ବେଶ ଖୁସି ଅନୁଭବ କରୁଛନ୍ତି l ଆଗାମୀ ଦିନରେ ଏହି ଅଞ୍ଚଳରେ ବରକୋଳି ଚାଷ ବଢ଼ିଲେ ଦାଦନ ସମସ୍ୟା ଦୁରହେବ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ବୁଧବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ by Proprietor Abhimanyu Maharana August 12, 2026 ପର୍ଯ୍ୟଟକଙ୍କ ସୁନାଚେନ୍ ଛିନଟାଇ : ଅଭିଯୁକ୍ତ କୁ ମାଡ଼ିବସିଲା ପୋଲିସ by Proprietor Abhimanyu Maharana August 12, 2026 ଶ୍ରମିକ ସଂଗଠନ ଓ କିଶାନ ମୋର୍ଚ୍ଚାର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା by Proprietor Abhimanyu Maharana August 12, 2026 ସ୍ବର୍ଗଦ୍ବାରରେ ଅଧିକ କାଠ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର by Proprietor Abhimanyu Maharana August 12, 2026 ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ by Proprietor Abhimanyu Maharana August 12, 2026 ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି by Proprietor Abhimanyu Maharana August 12, 2026