Home ଓଡ଼ିଶା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନର ୫୧ତମ ପ୍ରତିଷ୍ଠା ଦିବସ ପାଳିତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (SVNIRTAR) ର ୫୧ତମ ପ୍ରତିଷ୍ଠା ଦିବସ ଏବଂ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠାନ ପରିସରରେ ଅତ୍ୟନ୍ତ ଉତ୍ସାହ ଓ ଗାରିମାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନୁଷ୍ଠାନର ବୈଷୟିକ ଉପନିର୍ଦ୍ଦେଶକ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର ଅନୁଷ୍ଠାନ ସଫଳତାର ଶ୍ରେୟ ଛାତ୍ରଛାତ୍ରୀ, କର୍ମଚାରୀ ତଥା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିବା ସହ ଅନୁଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସଂସ୍ଥାନର ନିର୍ଦ୍ଦେଶକ ଡାକ୍ତର ପତିତପାବନ ମହାନ୍ତି ନିଜ ଅଭିଭାଷଣରେ ପୁନର୍ବାସ ଶିକ୍ଷା, ଅନୁସନ୍ଧାନ ଏବଂ ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ କ୍ଷେତ୍ରରେ SVNIRTAR ର ୫୧ ବର୍ଷର ନିରନ୍ତର ସେବା ଓ ସଫଳତା ପାଇଁ ଗର୍ବ ପ୍ରକାଶ କରିବା ସହ ଅନୁଷ୍ଠାନର ଉତ୍କର୍ଷତା ଏବଂ ଅନ୍ତର୍ଭୁକ୍ତିକରଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦୋହରାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସୁରେଶ ପୂଜାରୀ ରାଜ୍ୟରେ ପୁନର୍ବାସ ସେବାକୁ ସୁଦୃଢ଼ କରିବାରେ ଅନୁଷ୍ଠାନର ଅବଦାନକୁ ପ୍ରଶଂସା କରିବା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ସମାନ ସୁଯୋଗ ତଥା ସୁଗମ୍ୟତା ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା, ଯେଉଁଥିରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଏବଂ ନାଟକ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯିବା ସହ ଅନୁଷ୍ଠାନର ମୁଖପତ୍ର ନିରନ୍ତରର ଶୁଭ ଉନ୍ମୋଚନ କରାଯାଇଥିଲା।ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ଦିବ୍ୟାଙ୍ଗ ଶିଶୁମାନଙ୍କ ମାଆ ମାନଙ୍କୁ TLM kiit ବଣ୍ଟନ କରାଯାଇଥିଲା । ଶେଷରେ ବିଭାଗୀୟ ମୁଖ୍ୟ ଡାକ୍ତର ଅନୁରୂପା ସେନାପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ କାର୍ଯ୍ୟକ୍ରମଟିର ପରିସମାପ୍ତି ହୋଇଥିଲା। ଆଜିର କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନେ ମିଳିତ ଭାବେ ପରିଚାଳନା କରିଥିଲେ । Categories: ଓଡ଼ିଶା, କଟକ, ମନୋରଞ୍ଜନ, ହୋମ୍ Related Content ବୁଧବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ by Proprietor Abhimanyu Maharana August 12, 2026 ପର୍ଯ୍ୟଟକଙ୍କ ସୁନାଚେନ୍ ଛିନଟାଇ : ଅଭିଯୁକ୍ତ କୁ ମାଡ଼ିବସିଲା ପୋଲିସ by Proprietor Abhimanyu Maharana August 12, 2026 ଶ୍ରମିକ ସଂଗଠନ ଓ କିଶାନ ମୋର୍ଚ୍ଚାର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା by Proprietor Abhimanyu Maharana August 12, 2026 ସ୍ବର୍ଗଦ୍ବାରରେ ଅଧିକ କାଠ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର by Proprietor Abhimanyu Maharana August 12, 2026 ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ by Proprietor Abhimanyu Maharana August 12, 2026 ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି by Proprietor Abhimanyu Maharana August 12, 2026