ସତ୍ୟବାଦୀ/ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ସତ୍ୟବାଦୀ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୋଟ ୫୪ ଗୋଟି ଅଭିଯୋଗ ମିଳିଥିଲା । ସେଥିରୁ ୪୪ ଗୋଟି ବ୍ୟକ୍ତିଗତ,୮ ଗୋଟି ଗ୍ରାମ ସମ୍ବନ୍ଧୀୟ,୧ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଓ ଗୋଟିଏ ରେଡକ୍ରସରୁ ସହାୟତା ସମ୍ପର୍କରେ ରହିଥିଲା । ତତକ୍ଷଣାତ ୪ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା ।
