Home ଓଡ଼ିଶା କିଶୋରୀ ବାଳିକାଙ୍କ ପାଇଁ ଜିଲ୍ଲା ସ୍ତରୀୟ କୌଶଳ ତାଲିମ କାର୍ଯ୍ଯକ୍ରମ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଥାନୀୟ ଏଫଏଲସି ସଭା ଗୃହ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀଙ୍କ ଆନୁକୂଲ୍ଯରେ କିଶୋରୀ ବାଳିକାଙ୍କୁ ଆଦ୍ବିକା କାର୍ଯ୍ଯକ୍ରମ ଅଧିନରେ ଜିଲ୍ଲା ସ୍ତରୀୟ କୌଶଳ ତାଲିମ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ, ଗୌରି ନାୟକ ଓ ସୁରକ୍ଷା ଅଧିକାରୀ ଟି. ଜୟା ଲକ୍ଷ୍ମୀ ଉପସ୍ଥିତ ରହି ଏହି କର୍ମଶାଳାର ଶୁଭାରମ୍ଭ କରିଥିଲେ । କିଶୋରକିଶୋରୀଙ୍କ ସଶକ୍ତୀକରଣ ନିମିତ୍ତ ବିଭିନ୍ନ କୌଶଳ ତାଲିମ ଯଥା ବିତ୍ତିୟ ସାକ୍ଷରତା,ସାଇବର ସୁରକ୍ଷା, ଯୋଗାଯୋଗ ଉପରେ ମୀନାକ୍ଷୀ ପ୍ରଧାନ ଜିଲ୍ଲା ସଂଯୋଜିକା ତାଲିମ ପ୍ରଦାନ କରିଥିଲେ । ସୂକ୍ଷ୍ମ କୌଶଳ, କମ୍ପ୍ୟୁଟର ସମ୍ବନ୍ଧିତ ଉପରେ ଶିକ୍ଷା ବିଭାଗର ମାନସ ରଞ୍ଜନ ସେନାପତି ଓ ଶୁଦ୍ଧି ରଞ୍ଜନ ସିକଦାର ଜ୍ଞାନ ପ୍ରଦାନ କରି ଥିଲେ । ଧନ୍ଦାମୂଳକ ନିଯୁକ୍ତିର ସୁଯୋଗ ସମ୍ବନ୍ଧରେ ଡିପିସି ମିଶନ ଶକ୍ତି ହର୍ଷାନନ୍ଦ ପ୍ରଧାନ ତାଲିମ ପ୍ରଦାନ କରିଥିଲେ। ଆଶିଷ ପଣ୍ଡା ସଂଚୟ ଓ ନିବେଶ ତଥା ବିଭିନୟ ଇନସୋରେନ୍ସ ବିଷୟରେ କିଶୋର କିଶୋରୀ ମାନ୍ୟଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିଶୁ ବିକାଶ ଯୋଜନାର ମୋଟ ୮୦ ଜଣ କିଶୋରୀ କିଶୋର ,ଅଙ୍ଗନବାଡି କର୍ମୀ, ସୁପରଭାଇଜର ଉପସ୍ଥିତ ଥାଇ ତାଲିମ ଗ୍ରହଣ କରିଥିଲେ । ପରିଶେଷରେ ସମସ୍ତ ଅଂଶଗ୍ରହଣକରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମହିଳା ସଶକ୍ତୀକରଣ ହବ୍ ର କର୍ମକର୍ତ୍ତା ମାନେ ଆୟୋଜନ କରିଥିଲେ। ଜିଲ୍ଲା ସଂଯୋଜିକା ଶ୍ରୀମତୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026 ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana August 11, 2026 ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026