Home ଓଡ଼ିଶା ପଲ୍ଲବୀ ନାଟ୍ୟ କଳା ପରିଷଦ ର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଣପୁର ଚିଲିକା ଅଞ୍ଚଳ ର ଅଞ୍ଚଳ ର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁ ମାନଙ୍କୁ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚିଲିକା ତଟଵର୍ତ୍ତୀ କଳିଯୁଗେଶ୍ବର ଙ୍କ ପୀଠ ପରିସର ରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହରେ ଚିଲିକା ବ୍ଲକ ର ପ୍ରାକ୍ତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଡୁରୀ ଚରଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସାହିତ୍ୟ ସିନ୍ଦୂରା ର ସମ୍ପାଦକ ତଥା ପରିଡ଼ା ପାଠାଗାର ର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡ଼ା ଏବଂ ମୁଖ୍ୟବକ୍ତା ଭାବେ ଘିଅଖଲା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମନ୍ଦାକିନୀ ଦାଶ ଯୋଗଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ରବୀନ୍ଦ୍ରନାଥ ପ୍ରଧାନ, ସମାଜସେବୀ ସୁଧାକର ପ୍ରଧାନ, କବି ଶଶୀଭୂଷଣ ବରାଳ, ସିଙ୍ଗେଶ୍ଵର ପଞ୍ଚାୟତ ର ନାଏବ ସରପଞ୍ଚ ସୁଦର୍ଶନ ସାହୁ ଯୋଗଦେଇ ପଲ୍ଲବୀ ନାଟ୍ୟ କଳା ପରିଷଦ ର ସାଂସ୍କୃତିକ ବିପ୍ଲବ ର ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ପରିଷଦ ର ସମ୍ପାଦକ ଅଶୋକ କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ କଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ରତ ନାଟ୍ୟ, ନ୍ରୃତ୍ୟ ଓ ସଙ୍ଗୀତ ଗୁରୁ ଉମା ମିଶ୍ର,ଗୈ।ରାଙ୍ଗ ଚରଣ ମୁଦୁଲି,ବିଜୟ କୁମାର ସାହୁ, ବିଷ୍ଣୁ ପ୍ରିୟା ବାରିକ , ଭିକାରୀ ଚରଣ ପ୍ରଧାନ, ପ୍ରମୋଦ କୁମାର ସ୍ଵାଇଁ,ମାଧବ ଚନ୍ଦ୍ର ପଲେଇ,ବିଜୟ କୁମାର ସେଠୀ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପଲ୍ଲବୀ ନାଟ୍ୟ କଳା ପରିଷଦ ର ଶିଶୁ ନାଟକ ତୁ ମୋ ଆଖିର ତାରା ଏଵଂ ଅନ୍ଧ ଭକ୍ତି ର ଶିଶୁ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଶ୍ରେଷ୍ଠ ଅଭିନେତ୍ରୀ ଶିବାନୀ ସ୍ବାଇଁ ଏବଂ ଜାତୀୟ ପୁରସ୍କାର ଲାଭ କରିଥିବା ପରୀ ବେହେରା ଓ ବୈଷ୍ଣବ ଯୁଝାର ସିଂହ ଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟ କ୍ରମର ମଞ୍ଚ ସଞ୍ଚାଳନ କରିଥିଲେ ବିଶିଷ୍ଟ କବି ତଥା ବରିଷ୍ଠ ଶିକ୍ଷକ ଗୋପୀନାଥ ଦାଶ । ଧନ୍ୟବାଦ ପ୍ରଦାନ କରିଥିଲେ ପରିଷଦର ସଭାପତି ପ୍ରୃଥ୍ଵୀଧର ପ୍ରଧାନ । ସହଯୋଗ କରିଥିଲେ ଓମ୍ କୁମାର ଦେବଦତ୍ତ, ଜିତେନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ସାହୁ,ଆକାଶ ସ୍ଵାଇଁ, ପଞ୍ଚାନନ ଜେନା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026