ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଏବେ ଛୁଂଚି ଯନ୍ତ୍ରଣାର ଭୟ ବିନା ଚିକିତ୍ସା ଏବଂ ଇଞ୍ଜେକ୍ସନ ନେବା ସମ୍ଭବ ହେବ ା ଓଡ଼ିଶା-ଭିତିକ ଏକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ, ଏହାର ଅଗ୍ରଣୀ ଟପିକାଲ ଆନାସ୍ଥେଟିକ ଇଣ୍ଡ୍ୟୁସର (ଟିଏଆଇ) ଉପକରଣ ପାଇଁ ଏକ ପେଟେଂଟ ହାସଲ କରିଛି । ଏହା ଏକ ପ୍ରଥମ ଧରଣର ଉପକରଣ ଯାହା ଚିକିତ୍ସା ପ୍ରକ୍ରିୟା ସମୟରେ ଛୁଂଚି ଫୋଡ଼ିବା ସହିତ ଜଡିତ ଯନ୍ତ୍ରଣାକୁ ବହୁଳ ଭାବରେ ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଇଛି ।
