ଶ୍ରମିକ କଂଗ୍ରେସର ବରିଷ୍ଠ ନେତାଙ୍କ ମାତୃ ବିୟୋଗ

ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଥାନୀୟ ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅନ୍ତର୍ଗତ ରେତଙ୍ଗ କଲୋନୀ ରେଳ କ୍ୱାଟର ରେ ରହୁଥିବା ଶ୍ରମିକ କଂଗ୍ରେସର ବରିଷ୍ଠ ନେତା କେନ୍ଦ୍ରୀୟ ପଦାଧିକାରୀ ରଜତ ମହାନ୍ତି ଙ୍କ ମାତୃଦେବି ରମା ସ୍ୱାଇଁ ଙ୍କ ୮୬ ବର୍ଷ ବୟସରେ ଆଜି ରବିବାର ସକାଳେ ବିୟୋଗ ଘଟିଛି l ସେ କିଛି ମାସ ହେବ ଅସୁସ୍ଥ ଥିଲେ, ଆଜି ସକାଳୁ ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ଅସୁବିଧା ଅନୁଭବ କରିଥିଲେ l

ତାଙ୍କୁ ତୁରନ୍ତ ଜଟଣୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୂର୍ତ ଘୋଷଣା କରିଥିଲେ l ସେ ଅତ୍ୟନ୍ତ ମେଳାପୀ ସ୍ବଭାଵର ଓ ଧର୍ମପରାୟଣ ମହିଳା ଥିଲେ  l ଦୀର୍ଘ ଦୁଇ ବର୍ଷ ହେବ ରେଳକଲୋନୀରେ ନିଜ ପୁଅପାଖେ ରହୁଥିଲେ l ଏହି ଖବର ପ୍ରସାରିତ ହେଲାପରେ ରେତଙ୍ଗ କଲୋନୀ ଓ ନିଜି ଗ୍ରାମ କୁସୁମାଟିରେ ଶୋକର ଛାୟା ଖେଳିଯାଇଛି  l

ଖବର ପାଇ ପ୍ରଥମେ ଶ୍ରମିକ କଂଗ୍ରେସ ଶାଖା ସମ୍ପାଦକ ଏଲ ଡ଼ି ମହାନ୍ତି ପରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ଉପସଭାପତି ପ୍ରମୋଦ ସାହାଣୀ, ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର , କେନ୍ଦ୍ରୀୟ ପଦାଧିକାରୀ ଏମ ଗୋପାଳ କ୍ରିଷ୍ଣା ରାଓ ସମେତ ସହକର୍ମଚାରି, ସ୍ଥାନିୟ ବାସିନ୍ଦା ଶ୍ରୀ ମହାନ୍ତି ଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପୁରୀ ସ୍ୱର୍ଗଦ୍ୱାର ରେ ଶବ ସତ୍କାର କରାଯାଇଥିଲା l

Exit mobile version