ରାୟଗଡ ଥାନା ରେ ନୂତନ ଥାନା ଅଧିକାରୀ ଙ୍କ ଯୋଗ ଦାନ

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ରାୟଗଡ଼ ଥାନା ରେ ନୂତନ ଥାନା ଅଧିକାରୀ ଭାବରେ ଅଶ୍ୱିନ କୁମାର ଭିତିରୀୟା ଯୋଗଦାନ କରିଛନ୍ତି। କିଛି ଦିନ ତଳେ ଜିଲ୍ଲା ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀ ମାନଙ୍କ ବଦଳୀ ଆଦେଶ ଜାରି କରାଯାଇଥିଲା ।

ସେହି ପ୍ରକାରେ ଅଶ୍ୱିନ କୁମାର ଭିତିରୀୟା ଙ୍କୁ ରାୟଗଡ଼ ଥାନା କୁ ବଦଳି ହଇଥିଲା। ଏଥି ପୂର୍ବ ରୁ ସେ ରା ଉଦୟଗିରୀ ଥାନା ରେ କାର୍ଯ୍ୟରତ କରୁଥିଲେ । ଏଠି ଥିବା ଥାନା ଅଧିକାରୀଣି କମଳାଚୌଧୁରୀ ଙ୍କ ଠାରୁ ନୂତନ ଅଧିକାରୀ ଦାୟିତ୍ଵ ଗ୍ରହଣ କରିନ୍ତି ।

ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ଵ ବୋଲି ନୂତନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । କମଳା ଚୌଧୁରୀ ଙ୍କୁ ସେରଙ୍ଗ ଥାନ କୁ ବଦଳି କରି ଥିବା ସୁଚନା ମିଳିଛି ।

Exit mobile version