Home ଓଡ଼ିଶା ମୋହନା ବ୍ଲକର କିଛି ଅଞ୍ଚଳରେ ଖରାଦିନ ନ ଆସୁଣୁ ପାନୀୟ ଜଳର ଅଭାବ ବେଳେ ଘର ନିର୍ମାଣ କାମରେ ପିଇବା ପାଣି ବ୍ୟବହାରକୁ ବିରୋଧ କଲେ ଗ୍ରାମବାସୀ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖରାଦିନ ଆରମ୍ଭ ନ ହେଉଣୁ ପିଇବା ପାଣିର ଅଭାବ ପରିଲକ୍ଷିତ ହୋଇଥିବାବେଳେ ପିଇବା ପାଣିକୁ ନେଇ ଘର ନିର୍ମାଣ କାମରେ ଲଗାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ମହିଳାମାନେ । ଏଭଳି ଘଟଣା ଦେଖୁବାକୁ ମିଳିଛି ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତର ଏକ୍ରିକୂପା ଗ୍ରାମରେ ଗୁରୁବାର ଦିନ ଟ୍ରାକ୍ଟରରେ ପାଣି ନେଇ ଯାଉଥିବା ପାଣି ଟାଙ୍କି ଗାଡ଼ିକୁ ଅଟକାଇ ପ୍ରତିବାଦ କରିଛନ୍ତି ଗ୍ରାମର ମହିଳାମାନେ. ଖରାଦିନେ ଆରମ୍ଭ ନ ହେଉଣୁ ଅଞ୍ଚଳରେ ଲୋକଙ୍କୁ ଠିକ୍ ଭାବରେ ପିଇବା ପାଇଁ ପାଣି ମିଳୁ ନ ଥିବା ବେଳେ ପଞ୍ଚାୟତ ସରପଞ୍ଚଙ୍କ ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ନିର୍ଦ୍ଦେଶ କ୍ରମେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ୩୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କିରୁ ସିଧାସଳଖ ନିକଟସ୍ଥ ଢେପାପଦର ଗାଁର ଜଣେ ବ୍ୟକ୍ତି ପାଣି ଟାଙ୍କି ଗାଡ଼ି ଘର କାମ ପାଇଁ ନେଉଥିବା ବେଳେ ଗାଡ଼ିକୁ ଅଟକାଇଛନ୍ତି ଗାଁର ମହିଳାମାନେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026