ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲାରେ ଅବୈଧ ବାଲି ଓ ପଥର ଖନନ, ପରିବହନ ଏବଂ ଅନଧିକୃତ ବ୍ୟବସାୟକୁ ରୋକିବା ପାଇଁ ପୁରୀ ପୋଲିସ ଦ୍ୱାରା ୨୦୨୬ ମସିହାର ଆରମ୍ଭରୁ ଏପର୍ଯ୍ୟନ୍ତ ନିୟମିତ, ସଂଗଠିତ ଓ କଠୋର ଭାବରେ ବିଶେଷ ଅଭିଯାନ ଚାଲିଆସୁଛି। ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ସରକାରୀ ରାଜସ୍ୱର ସୁରକ୍ଷା, ନଦୀ ପଥ ଓ ପ୍ରାକୃତିକ ସମ୍ପଦର ସୁରକ୍ଷଣ ସହ ସାଧାରଣ ଲୋକଙ୍କ ଜୀବନ-ଜୀବିକାକୁ ସୁରକ୍ଷିତ ରଖିବା। ଗତ ୫୨ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅବୈଧ ବାଲି ଓ ପଥର ଖନନ ଏବଂ ଚାଲାଣ ସମ୍ପର୍କିତ ମୋଟ ୬୩ଟି ମାମଲା ରୁଜୁ କରାଯାଇଛି ।

