Home ଓଡ଼ିଶା ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମହିମା ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ୱନକ୍ଷତ୍ରରେ “ଗୁରୁକୃପା ସମ୍ମାନ” ରେ ସମ୍ମାନିତ ହେଲେ ଡଃ ଜ୍ଞାନେନ୍ଦ୍ର by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗୁରୁକୃପା ଚାରିଟେବୁଲ ସୋସାଇଟି ପକ୍ଷରୁ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମହିମା ପ୍ରଚାରକ, ବିଶିଷ୍ଟ ଭାଗବତ କଥାକାର, ମାଳିକା ପୁରୁଷ ସନ୍ଥ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଶିଷ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ୱନକ୍ଷତ୍ର ଉତ୍ସବ, ମହନ୍ତ ଚିନ୍ତାମଣି ପର୍ବତ ମହାରାଜଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବରିଷ୍ଠ ସେବକ ସାମନ୍ତ ସୁଦର୍ଶନ ପୂଜାପଣ୍ଡା କହିଲେ ଯେ, ସ୍ୱନକ୍ଷତ୍ର ପାଳନ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛିନ୍ନ ଅଙ୍ଗ । ବାବା ସତ୍ୟାନନ୍ଦ ନିଜର ପ୍ରତିଷ୍ଠା ବଳରେ ତାଙ୍କ ଗୁରୁ ବାବା ବୈକୁଣ୍ଠନାଥଙ୍କୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛନ୍ତି । ମୁଖ୍ୟ ଅତିଥି ପ୍ରଜ୍ଞା ମିଶନର ସନ୍ଥ ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି କହିଲେ ଯେ, ମଣିଷ ଯେତେ ଉଚ୍ଚ ଆସନକୁ ଯିବ, ଯଦି ତାର “ମୁଁ”ତ୍ୱ ଓ ଅହଙ୍କାରକୁ ତ୍ୟାଗ କରିବ, ସେ ସମାଜରେ ନିଶ୍ଚିତ ସମ୍ମାନର ପାତ୍ର ହେବ । ଯାହାର ଉଦାହରଣ ବାବା ସତ୍ୟାନନ୍ଦ । ଏହି ଅବସରରେ ମୁଖ୍ୟ ଅତିଥି ସ୍ୱାମିଜୀ, ଉଦ୍ଘାଟକ ପୂଜାପଣ୍ଡା ସାମନ୍ତ, ଓଡ଼ିଶାର ସଂସ୍କୃତି ପୁରୁଷ, ବେଦଜ୍ଞ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଉତ୍ତରୀୟ, ମାନପତ୍ର ଓ ସ୍ମୃତି ଫଳକ ଦେଇ “ପ୍ରଥମ ଗୁରୁକୃପା ସମ୍ମାନ”ରେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୋସାଇଟିର ସମ୍ପାଦକ ଇଂ ବିଷ୍ଣୁ ଚରଣ ସ୍ୱାଇଁ ସ୍ୱାଗତ ଭାଷଣ ଓ ଆଇନଜିବୀ ବୀର ନାରାୟଣ ପାତ୍ର ଧନ୍ୟବାଦ ଦେଇଥିଲେ । ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ମାତାମଠ, ପୁରୀର ମହନ୍ତ ସୁବଳ ଦାସ ମହାରାଜ, ସ୍ୱାମୀ ଗୋକୁଳାନନ୍ଦ ସରସ୍ୱତୀ ଓ ଶ୍ରୀଜଗନ୍ନାଥ ଗବେଷକ ଡଃ ଭାସ୍କର ମିଶ୍ରଙ୍କ ଦ୍ୱାରା ସ୍ମରଣିକା “ଗୁରୁକୃପା” ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାବା ଗିରିଶ ଦାସ, ନାଇଜରର ପୂର୍ବତନ କୁଳସଚିବ ଡଃ ଅଜୟ ନାୟକ, ମା ଶାରଳାଙ୍କ ଅଙ୍ଗଲାଗି ସେବକ ରମାକାନ୍ତ ରାଉଳ, ବିଶ୍ୱନାଥ ରାଉଳ ଓ ମା’ମଙ୍ଗଳାଙ୍କ ଅଙ୍ଗଲାଗି ସେବକ ପଣ୍ଡିତ ସୁଦାମ ଚରଣ ଦୀକ୍ଷିତ, ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ବାବା ସତ୍ୟାନନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରାର୍ଥନା ଟିଭିର ଉପସ୍ଥାପକ ଅଭିନନ୍ଦନ ଦାସ ସଂଯୋଜନା କରିଥିଲେ । ଏହି ଉପଲକ୍ଷେ ସତ୍ୟସେବା ମଣ୍ଡଳର ଭକ୍ତ ଶିଷ୍ୟମାନେ ଭଜନ, କୀର୍ତ୍ତନ ପରିବେଷଣ ପରେ ନାଉଁଗା ବୃଦ୍ଧାଶ୍ରମରେ ଆଡଭୋକେଟ ବୀର ନାରାୟଣ ପାତ୍ର ଓ ଭାଗିରଥି ସାହୁ ଫଳ ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ବାବା ସତ୍ୟାନନ୍ଦ ଦାସ ମହାରାଜ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026