ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ବାଣପୁର  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଣପୁର ବ୍ଲକ ଅନ୍ତର୍ଗତ ଦୀନବନ୍ଧୁ ପୁର କ୍ଲଷ୍ଟର ଅଧୀନ କହ୍ନେଇ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୭ ତମ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଟିକିନା ଭାରି ମଲ୍ଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଦୀନବନ୍ଧୁ ପୁର କ୍ଲଷ୍ଟର ର ସିଆରସିସି ପ୍ରେମଚାନ୍ଦ ସାହୁ,

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶ୍ଵ ମାତ୍ରୃଭାଷା ଦିବସ ପାଳନ ର ତାତ୍ପର୍ଯ୍ୟ ସହିତ ଆମର ମାତ୍ରୃଭାଷା ଓଡ଼ିଆ ଆମର ଆତ୍ମା ବୋଲି ବର୍ଣ୍ଣନା କରିବା ସହ ଏହାର ସୁ ପ୍ରୟୋଗ ଓ ସମ୍ରୃଦ୍ଧି ପାଇଁ ଅଙ୍ଗୀକାର ବଦ୍ଧ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ପ୍ରବନ୍ଧ,

ଚିତ୍ରାଙ୍କନ, ସଙ୍ଗୀତ ଆଦି ପ୍ରତିଯୋଗିତାରେ ଭାଗ ନେଇ କ୍ରୃତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ର ପରିଚାଳନା କମିଟି ସଦସ୍ୟ – ସଦସ୍ୟା,ମାତ୍ରୃକମିଟିର ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ସୁନିତା ମହାପାତ୍ର, ଦୁର୍ଗା ପ୍ରସାଦ ମହାପାତ୍ର, ଅଶୋକ କୁମାର ପ୍ରଧାନ ପ୍ରମୁଖ ସହାୟତା କରିଥିଲେ ଏବଂ ଶିକ୍ଷକ ଆଲୋକ କୁମାର ଵରାଳ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version