ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଅଭିଲେଖ ସପ୍ତାହ ସମ୍ପାନ ସମାରୋହ ସହ ଏକ ପୁରାତନ ମାନଚିତ୍ରର ପ୍ରଦର୍ଶନୀ ଉଦ୍ଘାଟନ ହୋଇଯାଇଅଛି । ପ୍ରଦର୍ଶନୀଟି ଏକ ସପ୍ତାହ ପର୍ଯ୍ୟନ୍ତ ଗବେଷକ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ନିମନ୍ତେ ଆସନ୍ତା ତା୨୭.୦୨.୨୦୨୬ରିଖ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ ।
ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ପ୍ରଫେସର ଇତିହାସ ବିଭାଗ, ଶିକ୍ଷା ଓ ଅନୁସନ୍ଧାନ, ଡିମ୍ଡ୍ ବିଶ୍ୱବିଦ୍ୟାଳୟ, ଡ.ପ୍ରଫୁଲ କୁମାର ମହାନ୍ତି । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ।