Home ଓଡ଼ିଶା ପୁଟୁପଡା ଅଙ୍ଗନବାଡ଼ି କେନ୍ଦ୍ର ରେ “ଆମ ବ୍ୟଞ୍ଜନ” କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ପାରମ୍ପରିକ ଓଡ଼ିଆ ଖାଦ୍ୟରେ ରହିଛି ପୋଷକ ତତ୍ତ୍ୱ ଗୋପ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲା ର ଗୋପ ବ୍ଲକ ଅନ୍ତର୍ଗତ ବଡଗାଁ ପଞ୍ଚାୟତ ର ପୁଟୁପଡା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ଗତ 19 ତାରିଖ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯାହାର ନାମକରଣ ଥିଲା “ଆମ ବ୍ୟଞ୍ଜନ ” ଏହା ଭୁଆଁ ସେକ୍ଟର ଅଧିନସ୍ତ ପୁଟୁପଡା ଅଙ୍ଗନବାଡି ଜ୍ଞାନ କେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା l ଏହାକୁ ଗୋପ ବ୍ଲକ ସମନ୍ୱିତ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ଗୁରୁତ୍ୱ ଓ ଏହାର ସ୍ୱାସ୍ଥ୍ୟଗତ ଉପକାରିତା ଉପରେ ଆଲୋକପାତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଅଙ୍ଗନବାଡ଼ି କର୍ମୀ ଅହଲ୍ୟା ପାଣ୍ଡି କହିଛନ୍ତି ଯେ, ଓଡ଼ିଆ ଖାଦ୍ୟ କେବଳ ଏକ ପରମ୍ପରା ନୁହେଁ, ବରଂ ଏହା ଶରୀର ପାଇଁ ଆବଶ୍ୟକୀୟ ଭିଟାମିନ୍ ଓ ଖଣିଜ ଲବଣରେ ଭରପୂର। ବିଶେଷ କରି ଜୈବିକ ପଦ୍ଧତିରେ ପ୍ରସ୍ତୁତ ମାଣ୍ଡିଆ ଜାଉ, ଚକୁଳି ପିଠା ଓ ପାରମ୍ପରିକ ପଣା ଭଳି ଖାଦ୍ୟ ଆଧୁନିକ ଫାଷ୍ଟଫୁଡ୍ ତୁଳନାରେ ଯଥେଷ୍ଟ ଗୁଣକାରୀ । ଆଜିର ପିଢ଼ିକୁ ଆଧୁନିକ ତେଲ-ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରଖି ପୁଣି ଥରେ ନିଜ ସଂସ୍କୃତିର ସୁଷମ ଖାଦ୍ୟ ପ୍ରତି ଆକୃଷ୍ଟ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଏହି ସଚେତନତା କାର୍ଯ୍ୟକ୍ରମରେ ସେକ୍ଟରର ଅଙ୍ଗନୱାଡ଼ି କର୍ମୀ ମାନେ ଯୋଗ ଦେଇଥିଲେ । ସେମାନଙ୍କୁ ପୃଷ୍ଟିହୀନତା ଦୂର କରିବା ପାଇଁ ଖାଦ୍ୟର ଚୟନ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସଚେତନ କରାଯାଇଥିଲା । ଏହି ଅବସରରେ ଭୂଆଁ ସେକ୍ଟରର ପର୍ଯ୍ୟବେକ୍ଷିକା ରାଧାରାଣୀ ପ୍ରଧାନ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ମମତା ଜେନା, ସ୍ଵର୍ଣ୍ଣଲତା ଦାସ ,କବିତା ବିଶ୍ୱାଳ, ସସ୍ମିତା ଜେନା, ଅଶାନ୍ତି ଦାସ, ଦୀପ୍ତିପ୍ରାଭା ସ୍ୱାଇଁ ଏବଂ ସନ୍ତୋଷୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026 ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026 ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana August 11, 2026 ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026