ହାଇୱା ଧକ୍କାରେ ମହିଳା ମୃତ୍ୟୁ , ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ରାସ୍ତାରେ ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜସୁନାଖଳା -ରଣପୁର ରାଜ୍ୟ ରାଜପଥ ରାସ୍ତାର ରାଜସୁନାଖଳା ଗ୍ରାମସ୍ଥିତ ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ହାଇୱା ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।  ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ଘଟଣାରୁ ପ୍ରକାଶ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିଥାନା ଜରିପଡ଼ା ଅଞ୍ଚଳର କେଦାର ପ୍ରଧାନଙ୍କ ସ୍ତ୍ରୀ ବିଳାସ ଦେଇ ବୋଲି ଜଣା ପଡିଛି ।

ମହିଳା ଜଣକ ତାଙ୍କ ସ୍ବାମୀ କେଦାରଙ୍କ ସହ ଫତେଗଡ ଦ୍ୱିତୀୟ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦର୍ଶନ ସାରି ନିଜ ଘର ଅଭିମୁଖେ ସ୍କୁଟିରେ ଯାଉଥିଲା ବେଳେ ସେହି ସମୟରେ ବିପରୀତ ପାର୍ଶ୍ବରୁ ଏକ ହଇୱା ଗାଡି ନମ୍ବର ଓଡ଼ି ୦୨ସି ୱାଇ ୯୪୭୨ ଆସୁଥିଲା । ହଇୱା ଗାଡି ଚାଳକ ଜଣକ ମଦ୍ୟପାନ କରି ଫୋନରେ କଥା ହୋଇ ସ୍କୁଟି ଆଡ଼କୁ ମାଡ଼ି ଆସିଥିଲା । ଫଳରେ ସ୍କୁଟି ଚାଳକ ଭୟ ଭିତ ହୋଇ ସେହି ଯାଗାରେ ଗାଡି ରଖି ଦେଇଥିଲା । 

ମହିଳାଙ୍କର ଲୁଗା ହାଇୱା ଗାଡିରେ ଲାଗି ଯିବାରୁ ମହିଳା ଜଣଙ୍କ ତଳେ ପଡ଼ି ଯାଇଥିଲେ। ହିଇୱା ଗାଡ଼ିର ସ୍ପିଡ ଥିବାରୁ ପଛ ଚକାରେ ମହିଳାଙ୍କୁ କିଛି ବାଟ ଘୋସାଡି ନେଇ ଥିଲା । ଫଳରେ ଘଟଣାସ୍ଥଳରେ ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକମାନେ ଆସିବାରୁ ଭୟରେ ଗାଡି ଚାଳକ ଗାଡି ଛାଡ଼ି ଚାଲିଯାଇଥିଲା । ସ୍ଥାନୀୟ ଲୋକମାନେ ଗାଡି ସହ ଶବ ରଖି ରାସ୍ତା ଅବରୋଧ କରିଥିଲେ ।

ଖବର ପାଇ ଘଟଣା ରାଜସୁନାଖଳା ଫାଣ୍ଡି ଓ ରଣପୁର ପୋଲିସ ବାହିନୀ ପୋଲିସ ଏବଂ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଲୋକ ଜିଦିରୁ ହଟି ନଥିଲେ । ଶରଣକୁଳ ଏସ ଡି ପି ଓ ଦିପ୍ତିକାନ୍ତ ସାହୁ ଓ ତହସିଲ ଦାର ଆର୍ଯ୍ୟ କୁମାର ସର୍ବଦମନ ବୁଝାସୁଝା କରି ରେଡ୍ କ୍ରସ ପକ୍ଷରୁ ସରକାରୀ ସହାୟତା ରାଶି ମିଳିଲା ପରେ ରାସ୍ତା ଅବରୋଧରୁ ଲୋକମାନେ ହଟିଥିଲା ।

Exit mobile version