ନବ ନିଯୁକ୍ତ ସରକାରୀ ଓକିଲ ଙ୍କୁ ମାଟିର ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରର ରୁ ନବ ନିଯୁକ୍ତ ପାଇ ଥିବା ସରକାରୀ ଓକିଲ ଙ୍କୁ ଶନିବାର କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ମାଟିର ମହୋତ୍ସବ କାର୍ଯ୍ୟାଳୟ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । କମିଟିର ସମ୍ପାଦକ ବେଦବ୍ୟାସ ନାଗ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ବ୍ରଜଶ୍ୟାମ ଗୁରୁ, ସଞ୍ଜୟ ନାଥ ଓ ବିବେକ ଶର୍ମା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ କୈଳାସ ଦୀପ, ପୁଷ୍ପ ବେହେରା, ବିମଲ୍ ହାତୀ,ରାଜୁ ଶର୍ମା,ରୋହନ କୁମାର ମହତ, ଆଶିଷ ବଦ୍ରି, ଦିନେଶ ମାହାନନ୍ଦ, ପ୍ରମାନନ୍ଦ ପୁଟେଲ୍, ରାଜେନ୍ଦ୍ର ବେହେରା, ତୁଳସୀ ରାମ ଜଗତ, ମୋହନ ସୁନା,ସୋହନ ଗୁରୁ, କାହ୍ନା ସାହୁ, ବାବୁ ସିଂ ସହ ମାଟିର ମହୋତ୍ସବ କମିଟିର ଅନ୍ୟ ସଦସ୍ୟ ସାମିଲ ରହିଥିଲେ ।

Exit mobile version