Home କଟକ ଅର୍ଜୁନପୁର ରେ ଜଣ୍ଡିସୀ ରେ ଛାତ୍ରଛାତ୍ରୀ ଆକ୍ରାନ୍ତ 15 ଛାତ୍ରଛାତ୍ରୀ ଚିକିତ୍ସାଧୀନ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରିଦର୍ଶନ, ଆସୁଚିକିତ୍ସା, 15ଟି କୂଅ ବିଶୋଧନ । ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ଅର୍ଜୁନପୁର, ବରପଲ୍ଲୀ ସ୍ଥିତ ଅର୍ଜୁନପୁର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ 15 ଜଣ ଛାତ୍ରଛାତ୍ରୀ ଜଣ୍ଡିସୀ ରୋଗରେ ଆକ୍ରାନ୍ତ ହୋଇ ଚିକିସ୍ଥିତ ହେଉଥିବାରୁ ଅଂଚଳରେ କୋକୁଆଭୟ ସୃଷ୍ଟିହୋଇଥିବା ଜଣାପଡିଛି । ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଜଗଦିଶ ପ୍ରସାଦ ଜେନାଙ୍କ ପରାମର୍ଶ କ୍ରମେ ଜିଲ୍ଲା ଏପିଡୋମିଓଲଜିଷ୍ଟ ସୁଶାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଇପଡା ପଂଚାୟତ ସ୍ୱାସ୍ଥ୍ୟ ଅଧିକାରିଣୀ ସୋନାଲି ଭୁଜବଳ ଏ ଏନ ଏମ ରଶ୍ମିତା ସାହୁ ଙ୍କ ସମେତ ବିଭୀଗୀୟ ସ୍ୱାସ୍ଥ୍ୟ ପରିଦର୍ଶିକା ଅଙ୍ଗନବାଡି ୱାର୍କର ଆଶାକର୍ମୀ ମାନେ ଅର୍ଜୁନପୁର ଏବଂ ବରପଲ୍ଲୀ ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହିତ ପ୍ରାୟ 5/6ଟି କୁଅ ର ପାଣିପରୀକ୍ଷା ଏବଂ 8ଟି କୂଅକୁ ବ୍ଲିଚିଙ୍ଗ ପକାଇ ବିଶୋଧନ କରିଥିବା ଜଣାପଡିଛି. ଚାନ୍ଦପୁର ବସନ୍ତ ମଞ୍ଜରି ସାଧାରଣ ଚିକିତ୍ସାଳୟ ରେ ପ୍ରାୟ 15 ଜଣ ଛାତ୍ରଛାତ୍ରୀ ଚିକିସ୍ଥିତ ହୋଇ ଘରକୁ ଫେରିଥିବାବେଳେ ବର୍ତମାନ ସୁଦ୍ଧା ଆୟୁଷ୍ମାନ ପରିଡା ଚିକିତ୍ସାଧୀନ ଥିବା ଜଣାପଡିଛି। ସମସ୍ତଙ୍କର ରକ୍ତ ନମୁନା ପଜିଟିଭ ବାହାରିଥିବା ବେଳେ ୭ଜଣ ସୁସ୍ଥ ଅବସ୍ଥାକୁ ଫେରିବା ଏବଂ ଆଠଜଣ ଚିକିତ୍ସା ଅବସ୍ଥା ରେ ଅଛନ୍ତି. ମେଡିକାଲ ପରିଦର୍ଶନରେ ଆସିଥିବା ପରିଦର୍ଶନ ଦଳ ବିଦ୍ୟାଳୟର ପାନୀୟଜଳ ବ୍ୟବସ୍ଥା ଠିକଥିବାର ସମ୍ଭାବନା ପ୍ରକାଶ କରିଥିବା ବେଳେ ଗତ ସପ୍ତାହରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବାହାରକୁ ପରିଭ୍ରମଣରେ ଯାଇ ବାହାର ଗୁପଚୁପ ଦହିବରା, ବାହାର ଖାଦ୍ୟ ଏବଂ ପାଣି ବ୍ୟବହାରରୁ ହୋଇଥିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣ ଲୋକେ ଆଲୋଚନା କରୁଛନ୍ତି । Categories: କଟକ, ଖୋର୍ଦ୍ଧା, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026