Home ଓଡ଼ିଶା ମଙ୍ଗୁଲି କର୍ମ କ୍ଷେତ୍ରର ବାର୍ଷିକ ଉତ୍ସବ ଓ ଚତୁର୍ଥ ପ୍ରହର ନାମଯଜ୍ଞ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ବିରିଡ଼ି ବ୍ଲକ ଅନ୍ତର୍ଗତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରର ଶାଖା ଆଶ୍ରମ ଓଁ ଗୁରୁ କର୍ମ କ୍ଷେତ୍ରର ବାର୍ଷିକ ଉତ୍ସବ ଏବଂ ଚତୁର୍ଥ ପ୍ରହର ନାମଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି। ଏହାର ମୁଖ୍ୟ ଆଶ୍ରମର ମଠାଧୀଶ ଦାମୋଦର ଦାସ ମହାରାଜଙ୍କ ମାର୍ଗଦର୍ଶନରେ ଆଶ୍ରମର ନୀତି କାନ୍ତି ଗୁଡ଼ିକ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ଉକ୍ତ ନୀତି କାନ୍ତିର ତତ୍ବାବଧାନ ଗୁଡ଼ିକୁ ପରିଚାଳିକା ବିନୋଦିନୀ ଦାସଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭରେ ହୋଇଥିଲା ଗତ ଗୁରୁବାର ଦିନ ଚତୁର୍ଥ ପ୍ରହର ନାମଯଜ୍ଞର ଶୁଭାଧିବାସ,କଳସ ସ୍ଥାପନ ଓ ସମସ୍ତ ମନ୍ଦିରରେ ଧ୍ୱଜ ବନ୍ଧନ । ପରେ ପରେ ଶୁକ୍ରବାର ଦିନ ପ୍ରଭାତ ପାଞ୍ଚ ଘଟିକାରୁ ଅବକାଶ ପ୍ରାର୍ଥନା ସମାପନ ପରେ, କର୍ମକ୍ଷେତ୍ର ମଙ୍ଗୁଲି କର୍ମ କ୍ଷେତ୍ରର କୋଣ ଅନୁକୋଣରେ ଗୁଞ୍ଜରିତ ହୋଇଥିଲା ନାମ ସଂକୀର୍ତ୍ତନ “ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ”। ଆଶ୍ରମର ଥିବା ବିଗ୍ରହ ମାନଙ୍କୁ ଷୋଡ଼ଶ ଉପଚାରରେ ପୂଜନ କରିବା ସହିତ ସୁନ୍ଦର ଭାବରେ ଶୃଙ୍ଗାର କରାଯାଇଥିଲା। ଉତ୍ସବର ସାୟାହ୍ନରେ ମୁଖ୍ୟ ଆଶ୍ରମ ମଠାଧୀଶ ଶ୍ରୀଯୁକ୍ତ ମହାରାଜଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଗୁରୁ ପୂଜନ ଏବଂ ଧର୍ମ ସଭା । ପ୍ରାରମ୍ଭରେ ଗୁରୁ ମନ୍ଦିର,ଶ୍ୟାମାକାଳୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ଆଳତି ସମାପନ ପରେ ଗୁରୁ ମନ୍ଦିରରୁ ପ୍ରେମାଚାର୍ଯ୍ୟଙ୍କ ପବିତ୍ର ପାଦୁକାକୁ ସ୍ଥାପନା ପୂର୍ବକ ଷୋଡ଼ଶ ଉପଚାରରେ ପୂଜନ କରାଯିବା ସହ ଶ୍ରଦ୍ଧାର ସହ ହରିବୋଲ ହୁଳହୁଳିରେ ବନ୍ଦାପନା କରା ଯାଇଥିଲା । ପରେ ଶ୍ରୀଯୁକ୍ତ ମହାରାଜଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଗୁରୁ ତତ୍ତ୍ୱ ପ୍ରବଚନ। ଗୁରୁ ଦେବ ପ୍ରେମାଚାର୍ଯ୍ୟ ମଧୁସୂଦନଙ୍କ ସ୍ପର୍ଶରେ ମଙ୍ଗୁଲି ଆଶ୍ରମର ପ୍ରତି ଧୂଳି କଣା ପବିତ୍ର ହେବା ସହିତ ଏ ମାଟି ଧନ୍ୟ ହୋଇଅଛି ବୋଲି ଶ୍ରୀଯୁକ୍ତ ମହାରାଜ ପରିପ୍ରକାଶ କରିଥିଲେ। ଆଶ୍ରମର ନିକଟସ୍ଥ ଗ୍ରାମର ଗୁଡ଼ିକରୁ ଆସିଥିବା ଅନେକ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିବା ସହିତ ଗୁରୁ ଦେବଙ୍କ କୃପା ଦୃଷ୍ଟି ଲାଭ କରିଥିଲେ । ପରିଶେଷରେ ଭକ୍ତ ମାନେ କରିଥିଲେ ସାମୁହିକ ପ୍ରସାଦ ସେବନ ପୂର୍ବକ ଅତ୍ୟନ୍ତ ପରିତୃପ୍ତି ଲାଭ କରିଥିଲେ । କିମ୍ବଦନ୍ତୀ ଅନୁସାରେ, ପ୍ରାୟ ୧୯୫୯ ମସିହାରେ ବାବା ମଧୁସୁଦନ ଏହି ଅଞ୍ଚଳରେ ଆଶ୍ରମ କରିଥିଲେ । ସମସ୍ତଙ୍କ ଗୁରୁ ଏକ , ଧର୍ମ ଏକ ବୋଲି ସମସ୍ତ ଅଞ୍ଚଳରୁ ରାଜ୍ୟ ସ୍ତରୀୟ ପ୍ରଚାର ପ୍ରସାର କରୁଥିଲେ ବୋଲି ସେବକ ପ୍ରୀତି ରଞ୍ଜନ ଦାସ ସୂଚନା ଦେଇଥିଲେ । ସବିତା ମା, ବାସନ୍ତୀ ମା, ଇଲା ମା, ପ୍ରଭାତୀ ମା, ଗୀତା ମା, ପ୍ରମୁଖ ବନ୍ଦାପନା କରିଥିଲେ । ସେବିକା ସବିତା ଦାସ ଓ ଇଲା ମା, ବିନୋଦିନୀ ମା, ଶିଶୁ କଳାକାର ଗୁରୁକୃଷ୍ଣ ସ୍ୱାଇଁ,ଧୋବା ଭାଇ, ପ୍ୟାରୀ ଭାଇ, ଓ ବିଜୁ ଭାଇ ପ୍ରମୁଖ ଭଜନ ଗାନ କରିଥିଲେ । ଉକ୍ତ ଉତ୍ସବକୁ ମାଧବ ଭାଇ, ଅଭୟ ଭାଇ, ରଞ୍ଜିତ ଭାଇ, ଅମି ଭାଇ, କ୍ଷୀର ଭାଇ ଓ ରବି ଭାଇ ପ୍ରମୁଖ ପରିଚାଳନା କରିଥିଲେ।ଉକ୍ତ ବାର୍ଷିକ ଉତ୍ସବ ଓ ଚତୁର୍ଥ ପ୍ରହର ନାମଯଜ୍ଞ ମଙ୍ଗୁଲି ଗ୍ରାମବାସୀମାନେ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026 ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026 ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana August 11, 2026 ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026