ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନାଲସା ଜାଗୃତି ଯୋଜନା ଏବଂ ନାଲସା ଆଶା ଯୋଜନା ଅନୁଯାୟୀ ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ତଥା ବାଲ୍ୟ ବିବାହ ନିରୋଧ ପାଇଁ ଆଇନରେ ରହିଥିବା ବିଭିନ୍ନ ଦିଗ ବିଷୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆଜି ତା ୨୦.୨.୨0୨୬ ଶୁକ୍ରବାର ଦିନ ଗଜପତି ଜିଲ୍ଲା ଅନ୍ତର୍ଗତ ବୋମିକା ଗ୍ରାମ ପଞ୍ଚାୟତ ସଭାଗୃହରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ତଥା ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟଙ୍କ ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ।

