Home ଓଡ଼ିଶା ନିଆଳି ମହୋତ୍ସବ ଚଳିତ ମାସ ୨୫ ରୁ ଆରମ୍ଭ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲାର ପ୍ରସିଦ୍ଧ ନିଆଳି ମହୋତ୍ସବ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହୋଇ ଏହା ମାର୍ଚ୍ଚ ମାସ ୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟି ପକ୍ଷରୁ ପ୍ରଭୁ ଶୋଭନେଶ୍ୱର ମହାଦେବଙ୍କ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମହୋତ୍ସବ କମିଟିର ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଏହି ମହୋତ୍ସବ କମିଟିର ବିଧାୟକ ଛବି ମଲ୍ଲିକଙ୍କ ମାର୍ଗ ଦର୍ଶନରେ ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରମୁଖ ମାର୍ଗ ଦର୍ଶକ ଭାବେ ରହିବେ । ୫ ଦିନ ବ୍ୟାପୀ ଅନୁଷ୍ଠିତ ଉତ୍ସବର ବିଭିନ୍ନ ଦିବସରେ ରାଜ୍ୟର ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, ପ୍ରମୁଖ ଯୋଗ ଦେବା ସମେତ ବିଶିଷ୍ଟ ରାଜନେତା, ସମାଜ ସେବୀ, ସାହିତ୍ୟିକ, ଜୈବ ଚାଷୀମାନଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବ ମଞ୍ଚରେ ଓଡିଶା ତଥା ରାଜ୍ୟ ବାହାରୁ ଖ୍ୟାତନାମା କଳାକାରଙ୍କ ଦ୍ଵାରା ନୃତ୍ୟ,ସଙ୍ଗୀତ, ଭଜନ ,ଡାନ୍ସ,ଓଡିଶୀନୃତ୍ୟ, ସମ୍ବଲପୁରୀ ଆଦି, ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବାକୁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ଓରମାସ ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଉତ୍ସବ କମିଟିର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସ୍ଵାଇଁ, ଅକ୍ଷୟ କୁମାର ସେନାପତି, କାଳନ୍ଦୀ ସ୍ଵାଇଁ, ପ୍ରଦିପ ଦାସ, ପ୍ରମୋଦ କୁମାର ବେହେରା , ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ସଭ୍ୟ ଯୋଗ ଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026 ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana August 11, 2026 ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026