Home ଓଡ଼ିଶା ନବ ନିର୍ମିତ ବାଳିକା ଛାତ୍ରୀ ନିବାସ, ଛାତ୍ରୀ ଶୂନ୍ୟ : ପ୍ରଶାସନ ନିଘୋଡ଼ ନିଦ୍ରାରେ ଆଦର୍ଶ ବିଦ୍ୟାଳୟ ପିଚୁକୁଳି by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ଜିଲ୍ଲା, ବୋଲଗଡ଼ ବ୍ଲକ, ଅନ୍ତର୍ଗତ, ପିଚୁକୁଳି ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସ ପ୍ରାୟ ଛଅ ମାସ ତଳୁ ନିର୍ମାଣ କାର୍ଯ୍ୟ ସରିଯାଇଥିବା ଜଣା ପଡିଛି ! ଦୂର ଦୁରାନ୍ତରୁ ଆସୁଥିବା ଛାତ୍ରୀ ମାନେ ରହିବା ପାଇଁ ପ୍ରାୟ ଚାଲିଶ ରୁ ଉର୍ଦ୍ଧ ଛାତ୍ରୀ ଦରଖାସ୍ତ ଵି ପକାଇ ଛନ୍ତି, ଇତି ମଧ୍ୟରେ ରୋଷେଇଆ, ଜଗୁଆଳି, କେୟାର ଟେକର, ସୁପାରିଟେଣ୍ଡେଣ୍ଟ ଆଦି ନିଯୁକ୍ତି ସରିଲାଣି, ବିଦ୍ୟୁତ ସଂଯୋଗ ସରିଛି, ପାନୀୟ ଜଳ ବ୍ୟବସ୍ଥା ସରିଛି.! ସବୁଠୁ ବଡ କଥା ହେଲା ପିଲାମାନଙ୍କ ଖାଦ୍ୟ ଖର୍ଚ୍ଚ ଵି ବିଦ୍ୟାଳୟ ଆକାଉଣ୍ଟ କୁ ଆସି ସାରିଛି ! କେବଳ ଛାତ୍ରୀ ମାନଙ୍କ ଖାଦ୍ୟ ରନ୍ଧା ପାଇଁ ରୋଷେଇ ସରଞ୍ଜାମ ପହଂଚି ନାହିଁ ଓ ବେଡ଼ ଉପରେ ପକାଇବା ପାଇଁ ଗଦି ପହଂଚି ନାହିଁ ¡ ଗୃହ ଗୁଡିକ ଉତ୍ତମ ଭାବରେ ସଜେଇ ହୋଇ ଅପେକ୍ଷା କରିଛି ଛାତ୍ରୀ ମାନେ କେବେ ରହିବେ ବୋଲି ! ଷ୍ଟାଫ ମାନେବି ଅପେକ୍ଷା କରିଛନ୍ତି ତାଙ୍କର ନୂତନ ଅତିଥି ଭଳି ଛାତ୍ରୀ ମାନଙ୍କୁ ସେବା ଯୋଗେଇ ଦେବା ପାଇଁ ! ତେଣେ ଛାତ୍ରୀ ମାନେ ଯିବା ଆସିବା ହଇରାଣରୁ ମୁକ୍ତି ପାଇଁ ଅପେକ୍ଷା କରି ରହି ଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିମନ୍ତ୍ରଣକୁ ! କିନ୍ତୁ ଭାରପ୍ରାପ୍ତ ଅଧ୍ୟକ୍ଷ ତାପସ କୁମାର ଦ୍ବିବେଦୀଙ୍କ କହିବା ଅନୁଯାଇ କେବଳ ରୋଷେଇ ପାଇଁ ଉଦ୍ଧିଷ୍ଠ ସରଞ୍ଜାମ ଗୁଡିକ ପହଂଚିଗଲେ, ସେ ଛାତ୍ରୀ ମାନଙ୍କୁ ରହିବା ପାଇଁ ନିମନ୍ତ୍ରଣ କରିଦେବେ ! ଏଣୁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ଓ ରାଜ୍ୟ ଶିକ୍ଷା ବିଭାଗ ଏଥି ପ୍ରତି ସ୍ୱତନ୍ତ ଦୃଷ୍ଟି ନିକ୍ଷେପ କରି ଛାତ୍ରୀ ନିବାସ କୁ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ଛାତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026