କଣ୍ଟାବାଞ୍ଜି ସରକାରୀ ନୋଡାଲ ସ୍କୁଲରେ RBSK ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବେଲପଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) ​କଣ୍ଟାବାଞ୍ଜି  :-  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (RBSK) ପକ୍ଷରୁ ଏକ ସ୍ୱାସ୍ଥ୍ୟ ସ୍କ୍ରିନିଂ ଓ ରକ୍ତହୀନତା ପରୀକ୍ଷା ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର MHT-1 ଟିମ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

​ଉପସ୍ଥିତ ଅତିଥି ଓ ଶିକ୍ଷକ ସମାଜ: ​ଏହି ଶିବିରରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (CRCC) ଶ୍ରୀ ଦିନେଶ ମହାନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଜାନକୀ ରାମ ସାମବେଦମ୍ ଏବଂ ଶିକ୍ଷୟିତ୍ରୀ ପୂଜା ଜାଲ, ସୁନନ୍ଦା ପୁରୋହିତ, ଦିପାଞ୍ଜଳି ଭୋଇ, କାନ୍ତିଲତା ବର୍ଗେ ଓ ମୁକ୍ତା ବେଜ୍ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପିଲାଙ୍କୁ ଶୃଙ୍ଖଳିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରେ ସହଯୋଗ କରିଥିଲେ।

​ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା: ​RBSK ଟିମ୍‌ର ଆୟୁଷ ମେଡିକାଲ ଅଫିସର ଡାକ୍ତର ଯଶୋବନ୍ତ କୁମାର ସେଠ୍ ଏବଂ ଡାକ୍ତର ପ୍ରଜ୍ଞା ପାରମିତା ପାଣିକା ପିଲାମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ବିଭିନ୍ନ ରୋଗର ଲକ୍ଷଣ ଉପରେ ସ୍କ୍ରିନିଂ କରିଥିଲେ। ଫାର୍ମାସିଷ୍ଟ ତପନ ମେହେର ଛାତ୍ରଛାତ୍ରୀଙ୍କୁ
ଆବଶ୍ୟକୀୟ ଔଷଧ ବଣ୍ଟନ କରିଥିବା ବେଳେ କନସଲଟାଣ୍ଟ ସପୋର୍ଟ ଏକ୍ଜିକ୍ୟୁଟିଭ୍ ଅଭିଷେକ କୁମ୍ଭାର ସମସ୍ତ ବୈଷୟିକ କାର୍ଯ୍ୟ ପରିଚାଳନା କରିଥିଲେ।

​ରକ୍ତହୀନତା ଚିହ୍ନଟ: ​ଶିବିରରେ ପିଲାମାନଙ୍କର ହିମୋଗ୍ଲୋବିନ୍ ପରୀକ୍ଷା କରାଯାଇ ରକ୍ତହୀନତାର ସ୍ଥିତି ଯାଞ୍ଚ କରାଯାଇଥିଲା। ରକ୍ତହୀନତା ଚିହ୍ନଟ ହୋଇଥିବା ପିଲାମାନଙ୍କୁ ସ୍ୱତନ୍ତ୍ର ପରାମର୍ଶ ଦିଆଯିବା ସହ ସେମାନଙ୍କ ଖାଦ୍ୟପେୟ ଉପରେ ଦୃଷ୍ଟି ଦେବାକୁ ଶିକ୍ଷକ ଓ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଥିଲା । ​ବିଦ୍ୟାଳୟ ସ୍ତରରେ ଏଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଉଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ।

Exit mobile version