ମଦ ମାଫିଆଙ୍କ ବିବାଦୀୟ ମନ୍ତବ୍ୟ ପ୍ରସାରଣ କରି ହରଡ଼ଘଣାରେ ସାମାଜିକ ଗଣମାଧ୍ୟମ ; କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓଲ୍ହାଇଲେ ଗ୍ରାମବାସୀ

ଓଡ଼ିଶା ତାଜା ନ୍ୟୁଜ ( ୨୪ ସେପ୍ଟେମ୍ବର ଗୁରୁବାର ) କଟକ,ମାହାଙ୍ଗା :-  ମାହାଙ୍ଗାର ଜଣେ ମଦ ମାଫିଆକୁ କ୍ଲିନଚିଟ ଦେବାପାଇଁ ଅଣ୍ଟା ଭିଡ଼ିଥିଲେ କିଛି ସାମାଜିକ ଗଣମାଧ୍ୟମର ପ୍ରତିନିଧି ମାନେ ।  ଏପରିକି ମଦମାଫିଆର କାଳ୍ପନିକ ଷ୍ଟୋରି କରି ଓକିଲାତି କରିଥିଲେ ସାମାଜିକ ଗଣମାଧ୍ୟମରେ ।  ଭାବିଥିଲେ ଖବର ପ୍ରସାରଣ ପରେ ପୋଲିସ ମଦମାଫିଆ ପ୍ରେମିକକୁ କୋହଳ ମନଭାବ ପୋଷଣ କରିବ ।  କିନ୍ତୁ ଏମିତି ହେବା ପୂର୍ବରୁ ସବୁ ଫସର ଫଟେଇଦେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ର ଇଟାମୁଣ୍ଡଳୀ ଗ୍ରାମବାସୀ ମାନେ ।  ମଦ ମାଫିଆ ପ୍ରେମିକର ବିବାଦୀୟ ମନ୍ତବ୍ୟ ପ୍ରସାରଣ ପରେ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି । 

କିଛି ସାମାଜିକ ଗଣ ମାଧ୍ୟମ ନାମରେ ଥାନାରେ ଅଭିଯୋଗ କଲେ ।  ଗତ ଅଠର ତାରିଖରେ ଏହି ଗ୍ରାମର ମଦ ମାଫିଆ ଅଲେଖ ଜେନାଙ୍କ ପ୍ରେମିକା ସ୍ତ୍ରୀର ମାନ୍ୟତା ଦାବୀ କରି ତାଙ୍କ ଘର ସମୁଖରେ ବସିଥିବାବେଳେ ତାକୁ ତା ପରିବାର ଲୋକମାନେ ମାଡ଼ ମାରି ନିକଟସ୍ଥ କେନାଲରେ ଫିଙ୍ଗିଦେଇଥିବା ନେଇ ଫାଣ୍ଡିରେ ପୀଡିତା ଯୁବତୀ ଅଭିଯୋଗ କରିଥିଲେ ।  ଅଭିଯୋଗ ର ୮ ଦିନ ପରେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହେବା ସହ ଫେରାର ଅଛି କହି ଆସୁଥିଲା ।  ହେଲେ ଅଭିଯୁକ୍ତ ଅଲେଖ ର ଏକ ବିବାଦୀୟ ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା । 

ଯୋଉଥିରେ ଗ୍ରାମବାସୀମାନେ ପୀଡିତା ଯୁବତୀକୁ ମାଡ ମାରି କେନାଲରେ ଫୋପାଡ଼ି ଦେଇଥିବା କହିଥିଲା ।  ଏହି ମନ୍ତବ୍ୟ ଦେଇଥିବାରୁ ଅଲେଖ କୁ ଗିରଫ ଦାବୀ ନେଇ ଆଜି ଇଟାମୁଣ୍ଡଳୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗ୍ରାମବାସୀମାନେ ଲଳିତ ଗିରି ନିଶ୍ଚନ୍ତ କୋଇଲି ମୁଖ୍ୟ ରାସ୍ତା କୁ ଅବରୋଧ କରି ଏହି ଭିଡିଓ ଭାଇରଲ ଘଟଣାର ତଦନ୍ତ କରିବା ସହ ମଦ ମାଫିଆକୁ ଗିରଫ ଓ ସଂପୃକ୍ତ ଖବର ପ୍ରସାରଣକାରୀ ଚାନେଲ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିକରି ସକାଳୁ ଧାରଣାରେ ବସିଥିଲେ ।  ବସିବାର ପାଞ୍ଚ ଘଣ୍ଟା ପରେ ମାହାଙ୍ଗା ଆଇ ଆଇସି ରଞ୍ଜନ ପ୍ରଧାନ ଙ୍କ ନିର୍ଦେଶ କ୍ରମେ

ଫାଣ୍ଡି ଅଧିକାରୀ ତପନ ନାୟକ ଘଟଣା ସ୍ଥଳରେ ପହଂଚି ଧାରଣା ରତ ଗ୍ରାମବାସୀଙ୍କୁ ବୂଝାସୁଝାକରି ଅଭିଯୁକ୍ତ କୁ ତୁରନ୍ତ ଧରାଯିବ ବୋଲି କହି ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ।  ଫାଣ୍ଡି ଅଧିକାରୀ ତପନ ନାୟକ କୁ ପଚାରିବାରୁ ଏହା ଥାନା କେଶ ମୁଁ କଣ କରିବି ଯାହା କରିବେ ଥାନାରେ କେଶ ଦାୟିତ୍ୱରେ ଥିବା ତଦନ୍ତ କାରି ଅଧିକାରୀ ।  ମୁଁ ତାଙ୍କୁ ସବୁ ଜଣେଇଦେବି କହି ତୁରନ୍ତ ଅଭିଯୁକ୍ତକୁ ଧରାଯିବ ବୋଲି କହି ଥିଲେ ।  ହେଲେ ଦେଖିବାକୁ ବାକି ରହିଲା ପୋଲିସ ମଦ ମାଫିଆ ଅଲେଖକୁ କେବେ ଗିରଫ କରୁଛି ନା ଭିତିରି କରବାର ରେ ଘଟଣାକୁ ଏମିତି ଗଡେଇନିଆଯାଉଛି ।  ଅପର ପକ୍ଷରେ ପୋଲିସ ଉଭୟ ମଦ ମାଫିଆ ପ୍ରେମିକ ଓ ସମ୍ପୃକ୍ତ ଗଣ ମାଧ୍ୟମ କୁ ତଦନ୍ତ ପରିସରଭୁକ୍ତ ନକରେ ତେବେ ଆସନ୍ତା ଦିନରେ ଫାଣ୍ଡି ଓ ଥାନା ଘେରାଉ କରିବାକୁ ଇଟାମୁଣ୍ଡଳୀ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।  (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version