ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ଗୁରବାର ଅପରାହ୍ନରେ ବିକ୍ଷୋଭ ଶୋଭାଯାତ୍ରା ଓ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ବଳଗଣ୍ଡି ମାଜଣା ଯାଗା ଠାରୁ ଠିକାଦାର ମାନଙ୍କ ଏକ ବିରାଟ ଶୋଭାଯାତ୍ରା ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ଯାଇଥିଲା । ସରକାର ଠିକାଦାର ମାରଣାନୀତି କୁ ପ୍ରତ୍ଯାହାର ନକଲେ ଫେବୃଆରୀ ୨୦ ତାରିଖ ଠାରୁ ଭୁବନେଶ୍ବର ଲୋୟର ପିଏମଜି ଠାରେ ରାଜ୍ଯର ହଜାର ହଜାର ଠିକାଦାର ସରକାରଙ୍କୁ ଦାବିପତ୍ର ଦେବାସହ ଅନିର୍ଦ୍ଦିଷ୍ଟ କାର୍ଯ୍ୟ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବେ ବୋଲି ମହାସଂଘ ସୂଚନା ଦେଇଛି ।
