ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅପରାହ୍ନ ରେ ସାତଲହଡି ମଠ ଅତିବଡି ଜଗନ୍ନାଥ ଦାସଙ୍କ ପବିତ୍ର ପୀଠରେ ପଞ୍ଚସଖା ପରିକ୍ରମା ଯାତ୍ରୀ ଦଳ ପହଞ୍ଚି ଥିଲେ। ପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ମହାରାଜ ଓ ପଞ୍ଚସଖା ପୀଠ ପରିକ୍ରମା ର ଯାତ୍ରୀଗଣ ଏହି ଯାତ୍ରାରେ ସାମିଲ ହୋଇଥିଲେ।ପ୍ରଜ୍ଞାନନ୍ଦ ମହାରାଜ ଙ୍କ ସମେତ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଯାତ୍ରୀ ସାତଲହଡି ମଠରେ ପହଞ୍ଚି ଅତିବଡ଼ି ଙ୍କ ସାଧନା ପୀଠ ଓ ସମାଧି ପୀଠରେ ପୂଜାର୍ଚ୍ଚନା, ଦର୍ଶନ, ପରିକ୍ରମଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
