Home ଓଡ଼ିଶା ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ – ନବୀନ ପଟ୍ଟନାୟକ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବିଜୁ ଜନତା ଦଳ ଉପରେ ମା’ ମାନଙ୍କର ଅଖଣ୍ଡ ଭରସା ରହିଛି । ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢେଇ ଆହୁରି ମଜବୁତ୍ କର – ନବୀନ ପଟ୍ଟନାୟକ । ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତା ମାନଙ୍କୁ ଭେଟିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ହେଉଛି ଓଡିଶାର କୋଟି କୋଟି ମା’ ମାନଙ୍କର ନିଜ ଦଳ । ଗତ ୨୭ ବର୍ଷର ଯାତ୍ରା ଭିତରେ ବିଜେଡି ମା’ ମାନଙ୍କର ସଶକ୍ତି କରଣ ଉପରେ ସବୁବେଳେ ପ୍ରାଥମିକତା ଦେଇ ଆସିଛି । ଶ୍ରୀ ପଟ୍ଟନାୟକ କହିଥିଲେ ମା’ ମାନଙ୍କ ସଶକ୍ତ କରଣ ହିଁ ଓଡିଶାର ପ୍ରକୃତ ସଶକ୍ତି କରଣ । ବିଜୁ ମହିଳା ଜନତା ଦଳ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏକ ଆଦର୍ଶ ସଶକ୍ତି କରଣ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରି ଗାଁ ଗାଁରେ ମା’ ମାନଙ୍କୁ ସଂରକ୍ଷିତ କରିବା ଓ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ସବୁବେଳେ ମା’ ମାନଙ୍କ ସାଥିରେ ରହିଅଛି । ମା’ ମାନଙ୍କ ରୋଜଗାର ବୃଦ୍ଧି ସହିତ ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରୀ ରଖିବା ହେଉଛି ବିଜୁ ମହିଳା ଜନତା ଦଳର ଆଦର୍ଶ । ମା’ ମାନଙ୍କର ସଶକ୍ତି କରଣକୁ ଏକ ସାମାଜିକ ଆନ୍ଦୋଳନ ଭାବରେ ଗଢି ତୋଳିବାରେ ବିଜୁ ଜନତା ଦଳର ଭୂମିକା ଉଲ୍ଲେଖନୀୟ । ମହିଳା ମାନଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇକୁ ଆହୁରି ଜୋରଦାର କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ତତ୍ ସହିତ ମିଥ୍ୟା ପ୍ରଚାରକୁ ପ୍ରତିରୋଧ କରି ମା’ ମାନଙ୍କୁ ବିକାଶ ମାର୍ଗରେ ନେବା ପାଇଁ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଦଳୀୟ କର୍ମକର୍ତ୍ତା ମାନେ ସଭାପତିଙ୍କୁ ତାଙ୍କର ମାର୍ଗ ଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026