କଥା କହିଲେ ବ୍ୟଥା ମିଳିଥାଏ – ମୁଖ୍ୟ ବକ୍ତା ସୁବାଷ ଚନ୍ଦ୍ର ପ୍ରଦାନ

ଦି କଳିଙ୍ଗ ପବ୍ଲିକ ସ୍କୁଲ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ : ଗୋପ ଗୌରବ ସମ୍ମାନ ରେ ସମ୍ମାନିତ ହେଲେ ସଚ୍ଚିଦାନନ୍ଦ l

ଗୋପ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲା ର ଗୋପ ବ୍ଲକ ର ଅଗ୍ରଣୀ ଓ ସର୍ବ ପୁରାତନ ଘରୋଇ ଇଂଲିଶ ମିଡିୟମ ଶିକ୍ଷାନୁଷ୍ଠାନ ” ଦି କଳିଙ୍ଗ ପବ୍ଲିକ ସ୍କୁଲ୍” ର ଗତ କାଲି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଚଳିତ ଶିକ୍ଷାବର୍ଷ ୨୦୨୫-୨୦୨୬ ର ଆନୁଆଲ ଗ୍ୟାଦରିଙ୍ଗ ଆଣ୍ଡ ଆଓ୍ବାର୍ଡ୍ ସେରିମନି ଅନୁଷ୍ଠିତ ହୋଇଥିଲା ।

ଏହି ବାର୍ଷିକ କ୍ରୀଡା ମହୋତ୍ସବ ଏବଂ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗୋପ ଅଞ୍ଚଳ ର ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ସିଂହ ଯୋଗ ଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ପିଏମ୍ ଶ୍ରୀ ନଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ l କଥା ପ୍ରସଙ୍ଗରେ ଅନେକ ଉପାଦାୟ ବିଷୟରେ ଅବିଭାବକ ଙ୍କୁ ଅବଗତ କରାଇଥିଲେ l

ବୁଦ୍ଧ ଙ୍କ ମୌନ ଅବତାର ସମ୍ପର୍କ ଖୁବ ଚମତ୍କାର ଉଦାହରଣ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ଗୋପ ର ଆର୍ଥଳିକ ସାଧନ କେନ୍ଦ୍ର ସଂଯୋଯକ ଶ୍ରୀଯୁକ୍ତ ଦୀପକ କୁମାର ସେନାପତି ଯୋଗଦାନ କରିଥିଲେ । ଶିକ୍ଷା ପ୍ରତି ଛାତ୍ର ଛାତ୍ରୀ ଙ୍କ ଆଗ୍ରହ ବୃଦ୍ଧି କରିବାପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅପେକ୍ଷା ଅବିଭାବକ ଙ୍କ ଦାୟିତ୍ୱ ଅଧିକ ବୋଲି ଶ୍ରୀଯୁକ୍ତ ସିଂ କହିଥିଲେ l

ବିଦ୍ୟାଳୟର ଅଧକ୍ଷ ତଥା ସମ୍ପାଦକ ଶ୍ରୀଯୁକ୍ତ ପୁନେଶ କୁମାର ସେନାପତିଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଟି ଆରମ୍ଭ ହୋଇଥିଲା । ଏଥିରେ କ୍ରୀଡା ‌, ବିଜ୍ଞାନ ପ୍ରକଳ୍ପ, ସାଧାରଣଜ୍ଞାନ, ରାଇମ୍‌ସ , ଇଂରାଜୀ ରଚନା ଓ ବକ୍ତୃତା ପ୍ରତିଯୋଗିତା ପରି ଅନେକ ବିଭାଗରେ କୃତିତ୍ବ ହାସଲ କରିଥୁବା 71 ଜଣ ଛାତ୍ରଛାତ୍ରୀ ଙ୍କୁ 185 ଟି ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ , ବିଦ୍ୟାଶ୍ରୀ , ସୁଜାତା, ବିଦ୍ୟା ବିଭୂଷିତା ଓ ଶ୍ରାବଣୀ ପ୍ରକଳ୍ପ ସଞ୍ଜୋଯିକା ଭାବେ ସମ୍ମାନିତ ହୋଇଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟକାର୍ଯ୍ୟ ପାଇଁ ଗୋପ ଅଞ୍ଚଳ ର ପ୍ରତିଷ୍ଠିତ ସମ୍ବାଦପତ୍ରର ପ୍ରତିନିଧୁମାନଙ୍କୁ ଅନୁଷ୍ଠାନ ପକ୍ଷରୁ ( ଗୋପ ଗୌରବ ) ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ପ୍ରଥମ କରି ଗୋପ ଅଞ୍ଚଳ ର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏକ ଶିକ୍ଷାନୁଷ୍ଠାନ ସମ୍ମାନୀତ କରିଥିବାର ପ୍ରେସ କ୍ଳବ ଓ ସାମ୍ବାଦିକ ସଙ୍ଘ ପକ୍ଷରୁ ସାଧୁବାଦ ଦେବା ସହିତ ଶ୍ରୀଯୁକ୍ତ ସେନାପତି ଙ୍କୁ ଉଚ୍ଚ ପ୍ରଶଂସିତ କରିଥିଲେ l କାଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥୁଲା ।

ଏହାକୁ ବହୁସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଉପଭୋଗ କରିଥୁଲେ l ଉକ୍ତ କାଯ୍ୟକ୍ରକକୁ ସୁଚାରୁରୂପର ପରିଚାଳନା କରିଥିଲେ ଶିକ୍ଷାନୁଷ୍ଠାନ ର ଶିକ୍ଷୟତ୍ରୀ ସରିତା . ବିଦ୍ୟାବିଭୂଷିତା , ବିଦ୍ୟାଶ୍ରୀ . ଶ୍ରାବଣୀ . ସୁଜାତା . ସୁନନ୍ଦା , ସୁସ୍ମିତା . ସୋନାଲି , ବିନୋଦିନୀ ଅନ୍ନପୂଣ୍ଣ ଓ ମୀନା ପୃଷ୍ଟି ପ୍ରମୁଖ ସହୋଯୋଗ କରି ଥିଲେ ।

Exit mobile version