Home ଓଡ଼ିଶା ମହାଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶୈବପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହା ଶିବରାତ୍ରି ଜାଗର ଯାତ୍ରା ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଭୋରୁ ସମୟ ରୁ ହିଁ ଛୋଟ ପିଲାଠାରୁ ବୟସ୍କ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ବିଭିନ୍ନ ଶିବ ମନ୍ଦିରରେ ଦେଖିବାକୁ ମିଳିଛି। ‘ହର ହର ମହାଦେବ‘ ଏବଂ ଓଁ ନମଃ ଶିବାୟ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଛି । ମନ୍ଦିର ପରିସରରେ ଭଜନ-କୀର୍ତ୍ତନ ଓ ଧୂପ-ଦୀପର ସୁଗନ୍ଧରେ ପରିବେଶ ପବିତ୍ର ହୋଇଉଠିଛି। ଅଞ୍ଚଳର ପ୍ରମୁଖ ଶିବମନ୍ଦିର ଯଥା ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦର ଧବଳେଶ୍ୱର ମନ୍ଦିର ଓ ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଟିକାବାଲି ର ଡୁଙ୍ଗି ସ୍ଥିତ ଶୈବ ପୀଠ ରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଦିନତମାମ ପୂଜାର୍ଚ୍ଚନା ଓ ଅଭିଷେକ କାର୍ଯ୍ୟ ହୋଇଥିଲା। ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଜଳାଭିଷେକ କରି ଦର୍ଶନ କରିଥିଲେ। ଏହି ପବିତ୍ର ଅବସରରେ କନ୍ଧମାଳ ଜିଲ୍ଲାକୁ ଆସିଥିବା କିଛି ବିଦେଶୀ ଭକ୍ତମାନେ ମଧ୍ୟ ଶ୍ରଦ୍ଧାର ସହ ଶିବ ଆରାଧନା କରୁଥିବା ଦେଖାଯାଇଥିଲା। ଆସ୍ଥା ଓ ବିଶ୍ୱାସ ଅନୁସାରେ ମହାଶିବରାତ୍ରୀରେ ଉପବାସ ରଖି ଜାଗର କରି ଦୀପ ପ୍ରଜ୍ଜ୍ୱଳନ କଲେ ମନୋକାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି। ରାତ୍ରିରେ ମହାଦୀପ ପ୍ରଜ୍ଜ୍ୱଳନ ସହ ଜାଗର ଦୀପ ଜାଳିବା ପାଇଁ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇ ଥିଲା। ସନ୍ଧ୍ୟା ସମୟରେ ଭଜନ-କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପରିଚାଳନା କମିଟି ଓ ପୁଲିସ ବିଭାଗ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଓଡ଼ିଶାରେ ଏମ୍ଏସ୍ଏମ୍ଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ର କ୍ରେଡିଟ୍ ପ୍ରାପ୍ତିକୁ ସରଳ କରିବା ସହ ସିବିଲ ସ୍କୋର ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : ରାଜ୍ୟପାଳ ହରି ବାବୁ କମ୍ଭମପତି by Proprietor Abhimanyu Maharana August 13, 2026 Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati by Proprietor Abhimanyu Maharana August 13, 2026 Panchaa Comes Home: Ramraj Cotton Revives Odisha's Santhali Weave and Transforms the Livelihoods of Mayurbhanj's Tribal Women Weavers Through a Contemporary Dhoti by Proprietor Abhimanyu Maharana August 12, 2026 ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’ by Proprietor Abhimanyu Maharana August 12, 2026 ବୁଧବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ by Proprietor Abhimanyu Maharana August 12, 2026 ପର୍ଯ୍ୟଟକଙ୍କ ସୁନାଚେନ୍ ଛିନଟାଇ : ଅଭିଯୁକ୍ତ କୁ ମାଡ଼ିବସିଲା ପୋଲିସ by Proprietor Abhimanyu Maharana August 12, 2026