ହୃଦୟର ଏଇ ସୁନ୍ୟତାକୁ…

‘ଭଏସ ଅଫ୍ ସେକ୍ରେଟାରିଏଟ୍’

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁନ୍ୟର ନଦୀ ତିରେ… ମୂଁ ଯେ ଜାଣେନା କାହା ବାଟ…. ହୃଦୟର ଏଇ ସୁନ୍ୟତାକୁ ଗୀତରେ ବିଭୋର ହେଲେ ଦର୍ଶକ । ସଙ୍ଗୀତର ତାଳେ ତାଳେ କିଏ ଗୁଣୁଗୁଣୁ କରୁଥାନ୍ତି ତ କିଏ କରତାଳି ମାରୁଥାନ୍ତି । ଅବସରେ ହେଉଛି ରୂପକ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭଏସ ଅଫ୍ ସେକ୍ରେଟାରିଏଟ୍’। 

ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା, ଟ୍ରଷ୍ଟର ଅଧ୍ଯକ୍ଷ ଅନିରୁଦ୍ଧ ପାଣୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ବିଚାରକ ଭାବେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ଶାନ୍ତନୁ କୁମାର ପଣ୍ଡା, ହରପ୍ରିୟା ସ୍ବାଇଁ ଓ ଶ୍ରୀକର ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଲୋକସେବା ଭବନର ବିଭିନ୍ନ ବର୍ଗର କର୍ମଚାରୀମାନେ ଭାଗନେଇ ନିଜ ସ୍ବରର ଯଦୁ ଦେଖାଇଥିଲେ ।

ସେମାନଙ୍କୁ ବାଦ୍ୟ ଯନ୍ତ୍ରରେ ଅଜୟ କୁମାର ଚୌଧୁରୀ, ତାପସ କୁମାର ସାହୁ, ଚିତ୍ତରଞ୍ଜନ ପ୍ରଧାନ, ଶିବ ନାରାୟଣ ମହାନ୍ତି, ଚନ୍ଦ୍ରକାନ୍ତ ତ୍ରିପାଠୀ ସହଯୋଗ କରି କରିଥିଲେ । କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀଙ୍କୁ ଟ୍ରଷ୍ଟ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ‘ସ୍ମୃତି ତୁମେ ପାଉଁଶ ତଳର ନିଆଁ’ ଶୀର୍ଷକ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।

Exit mobile version