Home ଓଡ଼ିଶା ବଡ଼କୁମାରୀ ସେବା ସମବାୟ ସମିତି ତରଫରୁ ଧାନ ମଣ୍ଡି ଉଦଘାଟିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାhଗ ନିର୍ଦେଶକ୍ରମେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ସେବା ସମବାୟ ସମିତି ସମ୍ପାଦିକ ଦୁର୍ଯୋଧନ ରାଉତଙ୍କ ତତ୍ୱାବଧାନରେ ସୋମବାର ଦିନ ସମିତି କାର୍ଯ୍ୟାଳୟ ପରିସରରେ ୫ମ ପର୍ଯ୍ୟାୟ ଧାନମଣ୍ଡି ଉଦଘାଟନ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିୟନ୍ତ୍ରିତ ବଜାର କମିଟିର ଧାନ ନିରୀକ୍ଷକ ସିଦ୍ଧାନ୍ତ ଜେନା ଓ ଡାଟା ଏଣ୍ଟ୍ରି ଅପେରଟର ଜ୍ୟୋତି ରଞ୍ଜନ ମହାରଣାଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ରହି ଏହାକୁ ଶୁଭ ଉଦଘାଟନ କରିଥିଲେ ! ବଡ଼କୁମାରୀ ସେବା ସମବାୟ ସମିତିରେ ୧୯୪ଜଣ ଚାଷୀମାନଙ୍କର ନାମ ପଞ୍ଜିକରଣ ହୋଇଥିଲାବେଳେ ଉଦଘାଟନୀ ଦିବସରେ ୧୫ଜଣ ଚାଷୀ, ଦ୍ୱତୀୟ ପର୍ଯ୍ୟାୟରେ ୩୫ଜଣ ଚାଷୀ,ତୃତୀୟ ପର୍ଯ୍ୟାୟରେ ୪୦ଜଣ ଚାଷୀ, ୪ର୍ଥ ପର୍ଯ୍ୟାୟରେ ୩୫ଜଣ ଚାଷୀ ଓ ୫ମ ପର୍ଯ୍ୟାୟରେ ଆଜି ୩୩ଜଣ ଚାଷୀଙ୍କଠାରୁ ୬୩୬. ୪୨ କ୍ୱିଣ୍ଟାଲ ଧାନ କ୍ରୟ ସମିତି ପକ୍ଷରୁ କ୍ରୟ କରାଯାଇଥିଲା ! ବଡ଼କୁମାରୀ ସେବା ସମବାୟ ସମିତି ଲିଃର ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ “ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ବୋଲି ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ପରାମର୍ଶ ଦେଇଥିଲେ ! ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପାଇଁ ଟୋକନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ସମ୍ପାଦିକ ଦୁର୍ଯ୍ୟୋଧନ ରାଉତ ଚାଷୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ ! ରାଜସୁନାଖଳାସ୍ଥିତ ଶିବାନୀ ଫୁଡ୍ସ ଆଣ୍ଡ ରାଇସ ମିଲ ଆଣ୍ଡ କମ୍ପାନୀ ବଡ଼କୁମାରୀ ସେବା ସମବାୟ ସମିତିରୁ ୩୩ଜଣ ଚାଷୀଙ୍କଠାରୁ ୬୩୬. ୪୨କ୍ୱିଣ୍ଟାଲ ଧାନ କ୍ରୟ କରିଥିଲେ ! ବଡ଼କୁମାରୀ ସେବା ସମବାୟ ସମିତି ପରିଚାଳନା କମିଟିର ସମସ୍ତ ସଦସ୍ୟ /ସଦସ୍ୟl,ଡାଟା ଏଣ୍ଟ୍ରି ଅପେରେଟର ଜ୍ୟୋତିରଞ୍ଜନ ମହାରଣା ଓ ବହୁ ଚାଷୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026 ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026