ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱର ଶିଶୁପାଳଗଡ଼ସ୍ଥିତ ପଦ୍ମନଗରରେ ପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଙ୍କ ଏକ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିନିଦିନବ୍ୟାପୀ ଏକ ଯଜ୍ଞ ଅନୁଷ୍ଠିତ ହେବା ସହ ମନ୍ଦିର ଟ୍ରଷ୍ଟର ସଭାପତି ସରୋଜ କୁମାର ପରିଡ଼ାଙ୍କ ମାର୍ଗଦଶନରେ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
