ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦଙ୍କ ଋଷିବୋଧ ଉତ୍ସବ ରବିବାର ପୂର୍ବାହ୍ନରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ସ୍ୱାମୀ ବ୍ରହ୍ମାନନ୍ଦ ଭବନ, ଚନ୍ଦ୍ରଶେଖରପୁରଠାରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ମହର୍ଷି ଦୟାନନ୍ଦ ଆଜକୁ ୨୦୨ ବର୍ଷ ତଳେ ଭାରତବର୍ଷର ଗୁଜୁରାଟ ପ୍ରଦେଶ କାଥିକାବାଡ଼ ଜିଲ୍ଲାର ଟଙ୍କରା ଗ୍ରାମରେ ଏକ ସାମନ୍ତ ବ୍ରାହ୍ମଣ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।
