Home ଓଡ଼ିଶା ମହାଶିବରାତ୍ରୀ ହେଉଛି ଅନ୍ଧକାର ଉପରେ ଆଲୋକ ଏବଂ ଶକ୍ତିର ବିଜୟ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ଏକାମ୍ର କ୍ଷେତ୍ରରେ ମହା ଶିବରାତ୍ରୀ ଉତ୍ସବ,ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନିତିକାନ୍ତି ସୁରୁଖୁରୁରେ ଶେଷ କରିଥିବାରୁ ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମହାଶିବରାତ୍ରୀ ହେଉଛି ଅନ୍ଧକାର ଉପରେ ଆଲୋକ ଏବଂ ଶକ୍ତିର ବିଜୟ । ଆଜି ଦିନରେ ସମସ୍ତ ଶ୍ରଦ୍ଧାଳୁଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଶିବ ଶକ୍ତିଙ୍କ ସାନିଧ୍ୟ ଓ ଆଶୀର୍ବାଦ ପାଇବା । ତେଣୁ ଆଜିର ଦିନରେ ଭକ୍ତି ଭାବ ସହ ମହାଦେବଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ତାଙ୍କ ପାଖରେ ନିଜକୁ ସମର୍ପି ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ କହିଛନ୍ତି । ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ସାଂସ୍କୃତିକ ମଞ୍ଚରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଆ ସଂସ୍କୃତିର ମୂଳ ଧାରା ହେଉଛି ଜଗନ୍ନାଥ ଉପାସନା, ଶୈବ ଉପାସନା ଓ ଶକ୍ତି ଉପାସନା। ଏକ ପଟେ ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟ ପଟେ ଲିଙ୍ଗରାଜ ମନ୍ଦିର ଓଡ଼ିଆ ଆଧ୍ୟାତ୍ମିକତାର ଦୁଇଟି ମୁଖ୍ୟ କେନ୍ଦ୍ରବିନ୍ଦୁ। ଲିଙ୍ଗରାଜ ମନ୍ଦିରର ପିନାକ ଚିହ୍ନ ଏହାର ବିଶିଷ୍ଟ ପରମ୍ପରାର ପ୍ରତୀକ ବୋଲି ସେ କହିଥିଲେ ଏବଂ ମହାଦୀପ ଦର୍ଶନର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ସେ ଆହୁରି କହିଥିଲେ ଯେ ଶ୍ରୀ କ୍ଷେତ୍ର ପୁରୀ, ଅର୍କ କ୍ଷେତ୍ର କୋଣାର୍କ ଓ ଏକାମ୍ର କ୍ଷେତ୍ର ସହିତ ରାଜ୍ୟର ବିଭିନ୍ନ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରମାନଙ୍କ ଉନ୍ନତି ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି । ଏକାମ୍ର କ୍ଷେତ୍ରର ବିକାଶ ଓ ସୋନ୍ଦର୍ଯ୍ୟକରଣ ପାଇ ପ୍ରଥମ ପର୍ଯ୍ୟାୟରେ ୧୮୦ କୋଟି ଟଙ୍କାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଚି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧୫୦ କୋଟି ଟଙ୍କା ବିନିଯୋଗରେ ବିନ୍ଦୁସାଗର ପାରିପାର୍ଶ୍ବିକ ବିକାଶ କାମ ସହିତ ଏକ interpretation ସେଣ୍ଟର ମଧ୍ୟ ପ୍ରତିଷ୍ଠା ହେବ । ସମୁଦାୟ ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ କରାଯିବ । ମହାଶିବରାତ୍ରୀ ଅବସରରେ ସେ ସମସ୍ତଙ୍କୁ ମହାଦେବଙ୍କ ଆଶୀର୍ବାଦ ଲାଭ ପାଇଁ ଭକ୍ତିଭାବର ସହ ଆରାଧନା କରିବାକୁ ନିବେଦନ କରିଥିଲେ। ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନିତିକାନ୍ତି ସୁରୁଖୁରୁରେ ସମାପନ କରିଥିବାରୁ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ ପବିତ୍ର ଶିବରାତ୍ରୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ସମସ୍ତଙ୍କ ଜୀବନରେ ଉନ୍ନତିର ପଥ ଉନ୍ମୁକ୍ତ କରୁ । ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଥିବାରୁ ସେବାୟତ ଓ ପ୍ରଶାସନକୁ ଧନ୍ୟବାଦ୍ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ କଣ୍ଠଶିଳ୍ପୀ ନୀତିନ ମୁକେଶ ଓ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ପୂର୍ବତନ ମନ୍ତ୍ରୀ ତଥା ଏକାମ୍ର ସାଂସ୍କୃତିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ , ଏକାମ୍ର-ଭୁବନେଶ୍ୱର ବିଧାୟକ ତଥା ଏକାମ୍ର ସାଂସ୍କୃତିକ ମଞ୍ଚର ଉପ-ସଭାପତି ଶ୍ରୀଯୁକ୍ତ ବାବୁ ସିଂ ,ବରିଷ୍ଠ ରାଜନେତା ତଥା ଏକାମ୍ର ସାଂସ୍କୃତିକ ମଞ୍ଚର ଉପ-ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଓ ଏକାମ୍ର ସାଂସ୍କୃତିକ ମଞ୍ଚର ସମ୍ପାଦକ ଶ୍ରୀଯୁକ୍ତ ସନତ୍ ମିଶ୍ର ଏବଂ ଏକାମ୍ର ସାଂସ୍କୃତିକ ମଞ୍ଚର ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026