Home ଓଡ଼ିଶା ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ସତ୍ୟବାଦୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜକିଶୋର ସେନାପତି – ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦେଶର ଯୁବ ପୀଢ଼ି ଭାଲେଣ୍ଟାଇନ ଡେ ପାଳୁଥିବା ବେଳେ ଜାମ୍ମୁ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ଦେଶ ସୁରକ୍ଷା ରେ ନିୟୋଜିତ ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ l ଯାହା ଏପର୍ଯ୍ୟନ୍ତ ସର୍ବବୃହତ୍ତ ଆତଙ୍କବାଦୀ ଆକ୍ରମଣ ଭାବରେ ବିବେଚନା କରାଯାଏ । ଏହି ଆକ୍ରମଣ ରେ ସହୀଦ ହୋଇଥିବା ସମସ୍ତ ସହିଦଙ୍କୁ ଆଜି ସନ୍ଧ୍ୟାରେ ସାକ୍ଷୀଗୋପିନାଥ ମନ୍ଦିର ସିଂହଦ୍ୱାର ଠାରେ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।ସନ୍ଧ୍ୟାରେ ବୁଦ୍ଧିଜୀବୀ, ଆଇନଜୀବୀ, ସାମ୍ବାଦିକମାନେ ଏକତ୍ରିତ ହୋଇ ସମୂହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପୁଲୱାମାର ୪୦ ଜଣ ସହିଦ ଓ ସତ୍ୟବାଦୀର ୨ ଜଣ ସହିଦ ଶ୍ୟାମ ସୁନ୍ଦର ବାରିକି ଓ ସହିଦ ଦେବାଶିଷ ବିଶ୍ୱାଳ ଙ୍କ ସମେତ ୪୨ ଜଣ ସହିଦଙ୍କ ନିମନ୍ତେ ୪୨ ଗୋଟି ଦୀପଦାନ କରା ଯାଇଥିଲା l ଏହି ଅବସରରେ ବୁଦ୍ଧିଜୀବୀ ଗୋପୀନାଥ ରଥ, ରବୀନ୍ଦ୍ର ନାଥ ଷଡ଼ଙ୍ଗୀ, ଆଇନଜୀବୀ ସୁଶାନ୍ତ କୁମାର ରଥ, ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ର ଦୁର୍ଗେଶ ପ୍ରସାଦ ମିଶ୍ର,ରମା ବଲ୍ଲଭ ବରାଳ, ରାଜକିଶୋର ସେନାପତି, ଭବାନୀ ଶଙ୍କର ନନ୍ଦ, କୈଳାଶ ଚନ୍ଦ୍ର ବାରିକ,ରମେଶ ଚନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ପଣ୍ଡା, ଯୋଗୀ ବେତାଳ, ଦୀପକ ବାରିକ, ପ୍ରଶାନ୍ତ କୁମାର ବାରିକ, ବାଳକୃଷ୍ଣ ପଟ୍ଟନାୟକ ଓ ବନ୍ଦନା ମହାପାତ୍ରଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ପୁଲୱାମା ସହିଦ ଓ ସତ୍ୟବାଦୀର ସହିଦଙ୍କ ସ୍ମୃତି ଚାରଣ କରିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026 ‘ହର ଘର ତ୍ରିରଙ୍ଗା’ ପାଇଁ ଟାଙ୍ଗୀରେ ବିରାଟ ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ମାଲକାନଗିରିରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ : ବିଶାଳ ପଦଯାତ୍ରା ଓ ବିଏସଏଫ ବାଇକ ରାଲିରେ ପ୍ରକମ୍ପିତ ହେଲା ସହର by Proprietor Abhimanyu Maharana August 14, 2026