Home ଓଡ଼ିଶା ‘ନିଦ୍ଧିଷ୍ଟ ଲକ୍ଷରଖି ସଠିକ ମାର୍ଗରେ ଗଲେ ଲକ୍ଷସ୍ଥଳେ ପହଂଚି ପାରିବ’ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୮ତମ ବାର୍ଷିକୋତ୍ସବ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନିଜ ନିଜର ନିର୍ଦ୍ଦିଷ୍ଟ ଲକ୍ଷରଖି ସଠିକ ମାର୍ଗରେ ଗଲେ ଇକ୍ଷ ସ୍ଥଳେ ପହଂଚି ପାରିବ । ସେଥିପାଇଁ ସମୟାନୁବର୍ତ୍ତିତ ଓ କର୍ତ୍ତବ୍ୟ ପରାୟଣତା ହେବା ଉଚିତ ବୋଲି ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୮ତମ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ଏହି ସଭାରେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷା ଲଳିତା ସାହୁ ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥିଭାବେ କୋରାଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଏହି ମଣିଷ ତିଆରି କାରଖାନା ସ୍ବରୂପ ମହାବିଦ୍ୟାଳୟର ଉତ୍ତମ ପରିବେଶ ପ୍ରତିବର୍ଷ ସୁନାଗରିକ ସୃଷ୍ଟିକରିବାରେ ସହାୟକ ହେଉଛି । ଏମିତିକି ଛାତ୍ରୀମାନେ ଉତ୍ତମ ନାଗରିକ ଭାବେ ସୃଷ୍ଟି ହୋଇ ରାଜ୍ୟଠାରୁ ଦେଶଯାଏ ସୁନାମ ଅର୍ଜନକରିଥିବାରୁ ମହାବିଦ୍ୟାଳୟ ସେମାନଙ୍କ ପାଇଁ ଗର୍ବିତ । ମୁଖ୍ୟ ବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପିଜି କାଉସିଲ ଅଧ୍ୟକ୍ଷ ପ୍ରଫେସର ଡ. ଧର୍ମବ୍ରତ ମହାପାତ୍ର ଯୋଗଦେଇ ବଡମଣିଷ ହେବାପାଇ ସ୍ଵପ୍ନ ଏମିତି ଦେଖ ଯେଉଁ ସ୍ଵପ୍ନ ତୁମକୁ ସୁଆଇ ଦେବନାହିଁ ବୋଲି ପିଲାମାନଙ୍କୁ ବକ୍ତବ୍ୟ ପ୍ରସଙ୍ଗରେ ପରାମର୍ଶ ଦେଇଥିଲେ । ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଗୋବର୍ଦ୍ଧନ ନାୟକ ଓ ଅଧ୍ୟାପିକା ଝୁନୁମଣୀ ଜେନା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅନ୍ୟତମ ଉପସଭାପତି ଅଧ୍ୟାପିକା ଡକ୍ଟର ହିରଣ୍ମୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତବର୍ଷର +୩ର ମୁଖପତ୍ର ‘ଅପରାଜିତା’ ଅତିଥିଙ୍କ ଦ୍ୱାରା ଅନ୍ମୋଚିତ ହୋଇଥିଲା l ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷl ସ୍ବର୍ଗତା ପଙ୍କଜିନୀ ପାଣିଙ୍କୁ ମରଣୋତର ସମ୍ମାନ ଓ ପୂର୍ବତନ ଅଧ୍ୟାପିକା ଉପଦେଷ୍ଟା ଜେନାଙ୍କ ସମେତ ବିଧାୟକ ଆକାଶ ଦାସ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ । ଳିତ ବର୍ଷ ଡିଗ୍ରୀ(ସ୍ନାତକ)ପରୀକ୍ଷାରେ ସର୍ବାଧିକ ନମ୍ବର ରଖୁଥିବା ମେଧାବିନୀ ଛାତ୍ରୀ ମମତା ପାଢି, +୨ କଳା ଶୁଭସ୍ମିତା ନାୟକ, ବିଜ୍ଞାନରେ ଦୀପଶିକ୍ଷା ସାହୁ ଓ ଧନ୍ଦାମୂଳକରେ ସମୀକ୍ଷା ରାଉତଙ୍କୁ ମାନପତ୍ର ଦିଆଯାଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ ପ୍ରତି ଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇ ଥିଲା l କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ବାଇଁ, ଜ୍ୟୋତିପ୍ରକାଶ ରାଉତ, ପଦ୍ମଭୂଷଣ ରାଉତରାୟ, ଅଧ୍ୟାପିକା ରୋଜାଲିନ ଦାଶ, ଅନିମା ପ୍ରଧାନ, ସୁଚିସ୍ମିତା ନାୟକ ପରିଚାଳନା କରିଥିଲେ । ପ୍ରଥମ ଅଧିବେଶନର ଶେଷରେ ଅଧ୍ୟାପିକା ତାରିଣୀ ତନୟା ସର ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଦ୍ବିତୀୟ ଅଧିବେଶନ ସାଂସ୍କୃତିକ କାର୍ଯ୍ୟକ୍ରମ ଅରୁଣକୁମାର ମିଶ୍ରଙ୍କ ତତ୍ବାବଧନାରେ ନୃତ୍ୟଗୁରୁ ଭୋଳାନାଥ ଘୋଷଙ୍କ ସଂଚଳନାରେ ସାଂସ୍କୃତକ କାର୍ଯ୍ୟକ୍ରମ ଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଅଧ୍ୟାପିକା ଦୀପ୍ତିମୟୀ ରାଉତ, ରୋଜାଲିନ ମହାନ୍ତି, ରାଜଲକ୍ଷ୍ମୀ ଦାସ, ଦେବଜାନୀ ଦାସ, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ, ମଳୟକୁମାର ମଲ୍ଲିକ, ଚିତରଞ୍ଜନ ବଳ, ସନ୍ତୋଷ କୁମାର ଜେନା, ସରୋଜ କୁମାର ଜେନା, ସୁରେନ୍ଦ୍ର କୁମାର ମଲ୍ଲିକ, ଡ଼କ୍ଟର ଯାଜ୍ଞାଶ୍ବରୀ ପଲେଇ, ଆୟେଶା ପରିଡା, ଡକ୍ଟର ମମତା ମୟୀ ଦାଶ,ସୁଚିସ୍ମିତା ବେହେରା, ପାୟେଲ ପ୍ରଧାନ, ବବିତା ନାୟକ,ମାନସୀ ବଳ, କ୍ରୀଡା ଶୀକ୍ଷକ ଅଶୋକ କୁମାର ଦାସ ପ୍ରମୁଖ ସମସ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଗ୍ରନ୍ଥାଗାରିକ୍ ଚିତରଞ୍ଜନ ମଲିକ, କଲ୍ୟାଣୀ ପରିଡା, ପ୍ରଦୀପକୁମାର ପରିଡା, କ୍ଷୀରୋଦ ରାଉତ, ପ୍ରଶାନ୍ତ କୁମାର ପଲେଇ, ଦୁର୍ଗାବତୀ ସ୍ୱାଇଁ, ଶିବପ୍ରସାଦ ଦାସ, ଗଣେଶ୍ବର ପାଢୀ, ଅଶୋକ କୁମାର ଭଞ୍ଜ, ବସନ୍ତ କୁମାର ସେଠୀ, ହେମନ୍ତ କୁମାର ବେହେରା, ସୁକାନ୍ତ ଦାସ, ପ୍ରଶାନ୍ତ କୁମାର ଦାସ, ପବିତ୍ର ଜେନା,ବିଚିତ୍ର ଦଳେଇ,କବିତା କକ୍ଲୋଳିନୀ ସିହ୍ନା, ଅଚ୍ୟୁତ ମଲିକ, ରମେଶ ସ୍ୱାଇଁ, ଜୟପ୍ରକାଶ ଦାସ, ପ୍ରଦୀପ ଦାସ ପ୍ରମୁଖ କର୍ମଚାରୀ ଓ ଛାତ୍ରୀ(ସ୍ଵଚ୍ଛାସେବୀ) ପ୍ରତିନଧିମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗିତା କରିଥିଲେ । Categories: ଓଡ଼ିଶା, କଟକ, ଯାଜପୁର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026