Home ଓଡ଼ିଶା ରାଜସୁନାଖଳା ପ୍ରଜାପିତା ବ୍ରହ୍ମ୍!କୁମାରୀ ଆଶ୍ରମରେ ୯୦ତମ ଶିବ ଜୟନ୍ତୀ ମହୋତ୍ସବ ପାଳିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ପ୍ରଜାପିତା ବ୍ରହ୍ମ୍ଛା କୁମାରୀ ଇ୍ଵଶ୍ୱରୀୟ ବିଶ୍ୱବିଦ୍ୟାଳୟ ଉପକେନ୍ଦ୍ରରେ ବ୍ରହ୍ମ୍ଛା କୁମାରୀ ରଶ୍ମିତାଙ୍କ ଆବାହକତ୍ୱରେ ଶନିବାରଦିନ ୯୦ତମ ତ୍ରି୍ମୃତି ଶିବ ଜୟନ୍ତୀ ମହୋତ୍ସବ ବ୍ରହ୍ମ୍ଛା କୁମାରୀ ଆଶ୍ରମ ପରିସରରେ ମହାଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଥିଭାବେ ରଣପୁର ବିଧାୟିକା ତଥା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଓ ସମ୍ମାନିତ ଅତିଥିଭାବେ ବ୍ରହ୍ମା କୁମାରୀ ସବଜୋନର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମା, ରଣପୁର ବିଜେପି ମଣ୍ଡଳ ସଭାପତି ଜୟନ୍ତୀ କୁମାର ନାୟକ ,ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ତପନ କୁମାର ପ୍ରଧlନ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରି ଥିଲେ ! ପୁରୀ ସବଜୋନରର ବରିଷ୍ଠ ରାଜ ଯୋଗୀ ବ୍ରହ୍ମା କୁମାର ଡାକ୍ତର ସତ୍ୟାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।ପରମାତ୍ମା ଶିବ ନିରାକାର ସର୍ବ ଶକ୍ତିବାନ ସାରା ସଂସାରର ନିୟାମକ ଭଗ୍ୟବିଧାତା । ଆମେ ଆମର ଅବିନାଶୀ ଜ୍ୟୋତି ଆତ୍ମାଗଣ ତାଙ୍କର ଅଂଶ ବିଶେଷ ତାଙ୍କୁ ସମର୍ପଣ ଭାବରେ ଧ୍ୟାନ କଲେ ତାଙ୍କର ଅମାପ ଶକ୍ତି ଓ ଦିବ୍ୟ ଗୁଣ ଆମ୍ଭ ଆତ୍ମାମାନଙ୍କୁ ପ୍ରାପ୍ତ ହେବ ଯାହା ଆମ୍ଭମାନଙ୍କ ଶୃଙ୍ଖଳିତ ଜୀବନ ଯାପନ କରିବା ପାଇଁ ପ୍ରେରଣା ଯୋଗାଇବl ସହିତ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ରାଜଯୋଗର ଧ୍ୟାନ ଓ ଆଧ୍ୟାତ୍ମିକ ଜ୍ଞାନର ଦର୍ଶନ ସମାଜକୁ ନୂତନ ଦିଗ ଦର୍ଶନ ଦେବ ଏଥିରେ ସନ୍ଦେହ ନାହିଁ ବୋଲି ମୁଖ୍ୟଅତିଥି ବାଚସ୍ପତି ସୁରମା ପାଢ଼ୀ ସମସ୍ତଙ୍କୁ ପରାମର୍ଶ ଦେଇଥିବାବେଳେ ବ୍ରହ୍ମା କୁମାରୀ ଭଉଣୀମାନଙ୍କର ସମୟୋପଯୋଗୀ ନିଃସ୍ୱାର୍ଥ ସେବାର ସେ ଭୂୟସୀ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ବ୍ରହ୍ମା କୁମାରୀ ସବ୍ ଜୋନର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମା ଆଶୀର୍ବାଦ ପ୍ରଦାନ କରିଦେଲେ ଓ ଶିବ ରାତ୍ରୀର ମହାଶପଥ ପାଠ ସମସ୍ତଙ୍କୁ କରାଇଥିଲେ । ଏହି ଅବସରରେ ଆଶ୍ରମ ପରିସର ମଧ୍ୟରେ ଏକ ତପସ୍ୟା ଧାମର ଶୁଭ ଶିଳାନ୍ୟାସ ବାଚସ୍ପତି ଶ୍ରୀମତୀ ପାଢ଼ୀ କରିବା ସଙ୍ଗେ ସଙ୍ଗେ ବୃକ୍ଷ ରୋପଣ କରିଥିଲେ । ଏହି ୯୦ତମ ତ୍ରି୍ମୃତି ମହୋତ୍ସବ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜିଵୀ,ସମାଜ ସେବୀ , ଗଣମାଧ୍ୟମ ପ୍ରତିନିଧି,ଶିକ୍ଷାବିତ୍, ଯୁବଗୋଷ୍ଠୀ ଓ ଜନସାଧାରଣମାନେ ଯୋଗଦେଇ ଥିଲେ । ରାଜସୁନାଖଳା ପ୍ରଜାପିତା ବ୍ରହ୍ମ୍!କୁମାରୀ ଆଶ୍ରମର ସମସ୍ତ ବ୍ରହ୍ମl କୁମାରୀ ଭଉଣୀମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026 ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026