Home ଓଡ଼ିଶା ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ବିଭିନ୍ନ ଶୈବପୀଠ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଆଉ ଦିନକ ପରେ ଆସୁଛି ମହାଶିବରାତ୍ରୀ ବା ଜାଗର ଯାତ୍ରା, ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ କିପରି ପାଳନ କରିବେ ସେ ନେଇ ସମସ୍ତ ଶୈବ ପୀଠ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ସହ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ଟାଉନ ର ବିରୁପାକ୍ଷ, ରାମେଶ୍ୱର, ଧବଳେଶ୍ୱର, ଜାଲେଶପଟ୍ଟାର ଜଳେଶ୍ୱର, ଚକାପାଦ ର ବିରୁପାକ୍ଷ, ଟିକାବାଲି ନିକଟସ୍ଥ ଡୁଙ୍ଗି ର ପ୍ରସିଦ୍ଧ ଶୈବ ପୀଠ ସମେତ ଅନ୍ୟ ଶୈବପୀଠ ରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତ ଯଜ୍ଞ ଆୟୋଜନ ହେଉଥିବା ବେଳେ ଆଉ କେତେକ ଶୈବ ପୀଠ ଗୁଡିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । ଏ ବର୍ଷ ଶୈବପୀଠ ଗୁଡିକରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳା ର ସହ ମହାଦେବ ଙ୍କ ଦର୍ଶନ କରିବେ ଓ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ଠିକ୍ ସମୟରେ ଯେପରି ମହାଦୀପ ଉଠିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କୁ ତଦାରଖ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ଏଥି ସହ ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ଆଲୋକୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଶ୍ରଦ୍ଧାଳୁ ମାନେ ଜାଗର ପାଳନ ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଥିବା ଜଣାଯାଇଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026 ‘ହର ଘର ତ୍ରିରଙ୍ଗା’ ପାଇଁ ଟାଙ୍ଗୀରେ ବିରାଟ ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ମାଲକାନଗିରିରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ : ବିଶାଳ ପଦଯାତ୍ରା ଓ ବିଏସଏଫ ବାଇକ ରାଲିରେ ପ୍ରକମ୍ପିତ ହେଲା ସହର by Proprietor Abhimanyu Maharana August 14, 2026