
ଭଦ୍ରକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) ଭୁବନେଶ୍ବର :- ସ୍ବର୍ଗତଃ ଇନ୍ଦ୍ରାଣୀ ବାନାର୍ଜୀ କବିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଏହି ଉପଲକ୍ଷେ ଇନ୍ଦ୍ରାଣୀଙ୍କର ସ୍ୱାମୀ କାତାର ଓଡ଼ିଆ ସଂଘ ‘ଉତ୍କଳିକା’ର ସଭାପତି ଡଃ. ବସନ୍ତ କୁମାର କବିଙ୍କର ଭଦ୍ରକ ଜିଲ୍ଲାସ୍ଥିତ ରାହାଞ୍ଜ ବାସଭବନ ଠାରେ ଆୟୋଜିତ ଏକ ସମାରୋହରେ ତାଙ୍କର ଶତାଧିକ ପରିବାର ବର୍ଗ, ବନ୍ଧୁବାନ୍ଧବ, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନଙ୍କର ସମାଗମ ଘଟିଥିବା ଦେଖିବାକୁ ମିଳିଥିଲା।

