କୃଷି କ୍ଷେତ୍ରରେ କ୍ରମାଗତ ଷଷ୍ଠ ଥର ପାଇଁ ପୁରସ୍କାର ଦେଲେ କେନ୍ଦ୍ର ସରକାର ।

ବ୍ୟାଙ୍ଗଲୋର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା –02.01.2020 ; “ସମୂହ ଖାଦ୍ୟଶସ୍ୟ ଉତ୍ପାଦନ” ରେ ଉତ୍କର୍ଷ ପାଈଁ ଓଡ଼ିଶାକୁ “ପ୍ରଶଂସା ପୁରସ୍କାର” । କର୍ଣ୍ଣାଟକର ତୁମ୍‌କର୍‌ରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 ଟ୍ରଫି ସହିତ ଏକ କୋଟି ଟଙ୍କା ଆର୍ଥିକ ପୁରସ୍କାର ଗ୍ରହଣ କଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଉପସ୍ଥିତ ଥିଲେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର ଏବଂ କୃଷି ବିଭାଗ ନିର୍ଦେଶକ ଏମ. ମୁଥୁ କୁମାର ।

Exit mobile version