Home ଓଡ଼ିଶା ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲାର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ଅବସରରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ନୟାଗଡ଼ ଓ ଜିଲ୍ଲା ପ୍ରଶାସନଙ୍କ ପରିଚାଳନାରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଥିଲା। ଉକ୍ତ ଅବସରରେ ନୟାଗଡ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO), ସମସ୍ତ CDPO, ସୁପରଭାଇଜରମାନେ, ପ୍ରୋଗ୍ରାମ ଅଫିସର (PO), ଡିସି–ଡିଏଚଇଡବ୍ଲ୍ୟୁ (DC, DHEW), ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, DPC ମମତା ଏବଂ DHEW ର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୨୦୦ ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ହେଲପରମାନେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ଆୟୋଜିତ ପଦଯାତ୍ରାରେ ସମସ୍ତେ ସାମିଲ ହୋଇ ମହିଳା ସଶକ୍ତିକରଣ ଓ ଲିଙ୍ଗ ସମତା ବାର୍ତ୍ତା ପ୍ରଚାର କରିଥିଲେ। ପ୍ରତିଯୋଗିତାମାନଙ୍କ ମାଧ୍ୟମରେ ମହିଳା ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସମାଜରେ ମହିଳାଙ୍କ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଜିଲ୍ଲାପାଳ ନିଜ ଉଦ୍ବୋଧନରେ ମହିଳାମାନଙ୍କ ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାମ କରିବାକୁ ଆହ୍ୱାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ AWWs ଏବଂ AWHs ମାନେ କବାଡି, ଖୋ ଖୋ, Rug of War, ରଙ୍ଗୋଲି ଏବଂ ସଂଗୀତ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ବିଜେତା ଲାଭ କରିଛନ୍ତି l ମହିଳା ସଶକ୍ତିକରଣ ଦିଗରେ ଏହି ପଦକ୍ଷେପ ଜିଲ୍ଲାରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିଥିବାରୁ ସମସ୍ତ ମହଳରେ ପ୍ରଶଂସା l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026