ନୟାଗଡରେ ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ଭବ୍ୟ ପଦଯାତ୍ରା ଆୟୋଜିତ

ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ଆଜି ନୟାଗଡ ଜିଲ୍ଲାରେ ଏକ ଭବ୍ୟ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ ପର୍ଯ୍ୟନ୍ତ ଯାଇଥିଲା।
ଏହି ପଦଯାତ୍ରାରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO), ଜିଲ୍ଲା ଖେଳ ଅଫିସର (DSO), ସମସ୍ତ CDPO, ସୁପରଭାଇଜର, ପ୍ରୋଗ୍ରାମ ଅଫିସର (PO), ଡି.ସି. ଡିଏଚଇଡବ୍ଲ୍ୟୁ (DC, DHEW) ଏବଂ DHEW ର ସମସ୍ତ କର୍ମଚାରୀମାନେ ସାମିଲ ହୋଇଥିଲେ।

ତଦୁପରି ଜିଲ୍ଲାର ପ୍ରାୟ ୨୦୦ ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ହେଲପରମାନେ ଉତ୍ସାହର ସହିତ ପଦଯାତ୍ରାରେ ଯୋଗଦେଇଥିଲେ। ନୟାଗଡ ମହିଳା ମହାବିଦ୍ୟାଳୟର ଅଧ୍ୟାପିକାମାନଙ୍କ ସହିତ ୫୦ ଜଣ ଛାତ୍ରୀ ମଧ୍ୟ ଏହି ସଚେତନତା ରାଲିରେ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ସମୟରେ କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। “ବେଟି ବଚାଓ, ବେଟି ପଢାଓ” ପରି ସ୍ଲୋଗାନ ମାଧ୍ୟମରେ ସମାଜରେ କନ୍ୟା ସନ୍ତାନଙ୍କ ଗୁରୁତ୍ୱକୁ ଉଦ୍‌ବୋଧନ କରାଯାଇଥିଲା ।

Exit mobile version