Home ଓଡ଼ିଶା କଟକର ଜଗତପୁର ବଜାର କମିଟିର ନୂତନ କର୍ମକର୍ତ୍ତା ଚୟନ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜଗତପୁର ସାହିର ନୂଆ ଅଧିକାରୀ ଭାବରେ ମହନ୍ତ କମିଟିର ସଭାପତି ଓ ସଂପାଦକ ରୂପେ ସାହି ବାସିନ୍ଦାଙ୍କ ସର୍ବସମ୍ମତି କ୍ରମେ ୩ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ଭାଇଚାରା ବାଉନ ବଜାର ତେପନ ଗଳିର ସହର କଟକର ଭଗତପୁର ଏକ ଅନ୍ୟତମ ବଜାର । ଏହି ବଜାରର ଅଧୂଷ୍ଠାତ୍ରୀ ଦେବୀ ମା, ବଗଳାମୁଖୀ । ଠିକ୍ ଏହି ବଜାରର ପାଖକୁ ଲାଗି ବିଖ୍ୟାତ ଆଧ୍ୟାତ୍ମିକ ସଂସ୍ଥା ଶ୍ରୀରାମକୃଷ୍ଣ କୁଟୀର । ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହି ବଜାରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ବ୍ୟକ୍ତି ପ୍ରଯୋଜକ, ନିର୍ମାତା ଓ ଅଭିନେତା ତଥା ବହୁ ଓଡ଼ିଆ ଚଳଚ୍ଚିତ୍ର କଳାକାରଙ୍କୁ ଓଡ଼ିଶାରେ ସ୍ବତନ୍ତ୍ର ପରିଚୟ ଦେଇଥିବା ପ୍ରଚଣ୍ଡ ବ୍ୟକ୍ତିତ୍ଵ ଧୀର ବିଶ୍ୱାଳଙ୍କ ଜନ୍ମସ୍ଥାନ ଅଟେ । ବାରମାସରେ ତେର ପର୍ବ ତଥା ଓଡ଼ିଆ ସଂସ୍କୃତିକୁ ଜାବୁଡ଼ି ଧରିଥିବା ଏହି ବଜାରର ପୂଜା କମିଟିର କର୍ମକର୍ତ୍ତା ଚୟନ ବଜାରର ସମସ୍ତ ଅଧୂବାସୀଙ୍କ ଅନୁମୋଦନ ଓ ବୟୋଜ୍ୟେଷ୍ଠ ମୂରବୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ତିନି ବର୍ଷ ଲାଗି ଏହି ଚୟନରେ ସଭାପତି ଭାବେ ଶ୍ରୀ ଅନିଲ କୁମାର ଦାସ, ସମ୍ପାଦକ ରୂପେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାରଣା, ମହନ୍ତ ଭାବେ ଶ୍ରୀ ଅଶୋକ କୁମାର ମହାରଣା ତଥା ସାହି ଅଧିକାରୀ ଭାବେ ଶ୍ରୀ ସୁକାନ୍ତ କୁମାର ବିଶୋଇ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଆଗାମୀ ଦିନରେ ଏହି ପୁଜା କମିଟି କେବଳ ଭଗତପୁର ବଜାର ମଧ୍ୟରେ ସୀମିତ ନ ରହି ସମଗ୍ର କଟକ ସହରବାସୀଙ୍କ ଲାଗି ସମସ୍ତ ଜନହିତକର କାର୍ଯ୍ୟ କରିବ ବୋଲି ନବନିର୍ବାଚିତ ସଭାପତି ଶ୍ରୀ ଦାସ ମତପ୍ରକାଶ କରିଥିଲେ। ନବନିର୍ବାଚିତ ଏହି ସମସ୍ତ କର୍ମକର୍ତ୍ତାମାନଙ୍କୁ ବଜାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। Categories: ଓଡ଼ିଶା, କଟକ, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026