“ସୁମନ” ପକ୍ଷରୁ ଆମ ସ୍ବାସ୍ଥ୍ୟ ଆମ ହାତରେ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀମା ଅରବିନ୍ଦ ଫାଉଣ୍ଡେସନ ଓ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ “ସୁମନ” ଭଲ୍ୟୁଣ୍ଟରସ ମାନଙ୍କର ଏକ ତାଲିମ୍ କାର୍ଯ୍ୟକ୍ରମ” ଆମ ସ୍ବାସ୍ଥ୍ୟ ଆମ ହାତରେ” ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ୱ ଓ ନବଯାତ ଶିଶୁ ଆସୋସନ ନିମନ୍ତେ ମାତୃତୋ ମା,

ର ଓ ଶିଶୁର ସ୍ୱାସ୍ଥ୍ୟ କିପରି ସୁରକ୍ଷିତ ରହିବ ଏବଂ ଗର୍ଭ ଧାରଣ ଅବସ୍ଥାରେ ମା, ର ଯତ୍ନ ନିଆଗଲେ ସୁରକ୍ଷିତ ମାତୃତ୍ୱ କିପରି କମି ପାରିବ ,ଏଥି ନିମନ୍ତେ ସୁମନ ଅଧିନରେ ଥିବା ଏହି ଅସ୍ତରଙ୍ଗ ଗୋଷ୍ଠ ସ୍ବାସ୍ଥ୍ୟ କେନ୍ଦ୍ରର ୧୪ ଟି ଉପକେନ୍ଦ୍ରଗୁଡ଼ିକର କାର୍ଯ୍ୟରତ ” ସୁମନ ” ଭଲ୍ୟୁଣ୍ଟିୟରସ ମାନଙ୍କୁ “ଆମ ସ୍ବାସ୍ଥ୍ୟ ଆମ ହାତରେ” ବିଷୟକ ତାଲିମ୍ ସ୍ଵାସ୍ଥ୍ୟ କେନ୍ଦ୍ରର ସଭା ଗୃହ କକ୍ଷରେ ପ୍ରଦାନ କରାଯାଇଥିଲା ।

ଏହି ତାଲିମ୍ କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର superintedent ଡଃ ସଞ୍ଜୟ କୁମାର ପ୍ରଧାନ, ଦ୍ୱିତୀୟ ମେଡିକାଲ ଅଫିସର ବର୍ଷାରାଣୀ ବୈଶାଳ, ବ୍ଲକ ପ୍ରକଳ୍ପ ଅଧିକାରୀ ସୁନୀଲ କୁମାର ସାମନ୍ତସିଂହାର , ମେଡିକାଲ ସୁପରଭାଇଜର ଅଶୋକ କୁମାର ମହାନ୍ତି, ଓ “ସୁମନ ” ଅନୁଷ୍ଠାନର ଓଡିଶା ସହଯୋଗୀ ସୁକାନ୍ତ କୁମାର ଜେନା, ସୁମନ ଜୋନ ସଂଗଠକ ଶ୍ରୀଧର ବେହେରା , ପୁରୀ ଜିଲ୍ଲା ସୁମନ ସଂଗଠିକା, କୌଶଲ୍ୟା ସାମଲ, ପୁରୀ ଜିଲ୍ଲା ପାଠ ଚକ୍ର ସଂଗଠକ ବିଶ୍ଵମ୍ୱର ସାହୁ ପ୍ରମୁଖ କର୍ମଚାରୀମାନେ ତାଲିମ୍ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ପାଠଚକ୍ର କାକଟପୁର ସଂଗଠକ ବୈଶିଷ୍ଟ ସାହୁ, ଅସ୍ତରଙ୍ଗ ବ୍ଲକ ପାଠ ଚକ୍ର ସଂଗଠକ ମାଧବ ବାରିକ୍ ପ୍ରମୁଖ ଯୋଗ ଦେଇଥିବାବେଳେ ସଂଗଠକ ନିରଞ୍ଜନ ସ୍ବାଇଁ , ତୋଫାନ କାଣ୍ଡି, ପ୍ରମୁଖଙ୍କ ସମେତ ବହୁ ସ୍ଵେଚ୍ଛାସେବୀମାନେ ପରିଚାଳନାରେ ସହଯୋଗ କରିଥିଲେ । ସେହି ପରି କାକଟପୁର ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ୭ ତାରିଖରେ ମଧ୍ୟ ସୁମନ ଅନୁଷ୍ଠାନ ପକ୍ଷରୁ ଏକ ଦିନିକିଆ ତାଲିମ୍ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା

ଏଥିରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ବହୁ ସ୍ଵାସ୍ଥ୍ୟ ଅଧିକାରୀ ଯୋଗ ଦେଇ ୧୪ ଟି ଉପକେନ୍ଦ୍ରର ” ସୁମନ “ଦିଦି ମାନଙ୍କୁ ସୁରକ୍ଷିତ ମାତୃତ୍ଵ ଏବଂ ଶିଶୁର ଯତ୍ନ ତଥା ମାତୃ ଗର୍ଭଧାରଣ ସମୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇଲେ ଆଜିର ସମାଜରେ ଏକ ସୁନ୍ଦର ସ୍ବାସ୍ଥ୍ୟଗତ ପିଲାଟି ଗଢ଼ି ଉଠିବ ବୋଲି ତାଲିମ୍ ଦାତାମାନେ ଶିକ୍ଷା ପ୍ରଦାନ କରିଥିଲେ ।” ସୁମନ ” ପକ୍ଷରୁ ଆୟୋଜିତ ଏହି ତାଲିମ୍ କାର୍ଯ୍ୟକ୍ରମ ସରକାରଙ୍କର ଏହା ଏକ ମହତ ଯୋଜନା ବୋଲି କୁହାଯାଏ ।

Exit mobile version