ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆଜି ଠାରୁ ଆରମ୍ଭ ହୋଇଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଠାରେ ଏହି ଯୋଜନା ର ଶୁଭାରମ୍ଭ କରିବା ପରେ ନବରଙ୍ଗପୁର ଜିଲ୍ଲା ସହ ଗଞ୍ଜାମ, ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର ଜିଲ୍ଲାର ଶ୍ରଦ୍ଧାଳୁ ମାନେ ପୁରୀ ରେ ପହଞ୍ଚୁଛନ୍ତି।ଆଜି ସଂଧ୍ୟାରେ ଗଞ୍ଜାମ ଓ ଭଦ୍ରକ ଜିଲ୍ଲାର ୫୦୦ ତୀର୍ଥଯାତ୍ରୀ ମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହଣୀ ସ୍ଥାନ ବୃନ୍ଦାବତୀ ନିବାସରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପାରମ୍ପରିକ ବାଦ୍ୟ,ହୁଳହୁଳି,
