ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସହିଦ ହାବିଲଦାର ରଞ୍ଜନ ଷଡଙ୍ଗୀ ନାମରେ ନବମ ସଂସ୍କରଣ କ୍ରିକେଟ ଖେଳ ପୁରୀ ପୋଲିସ ଲାଇନ ପଢିଆରେ ଆରକ୍ଷୀ ଅଧକ୍ଷକ ପ୍ରତୀକ ସିଂ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ, ପୁରୀରେ ବ୍ୟସ୍ତ ବହୁଳ ଡିଉଟି ସଫଳ ଭାବରେ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା କେବଳ ଆରକ୍ଷୀ ମାନଙ୍କର ଦକ୍ଷତା ଯୋଗୁଁ ଏହା ସଫଳ ହୋଇପାରିଛି । ଏହା ସହ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ ।
